ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟ କୋଚ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କଲା ବିସିସିଆଇ

ମୁମ୍ବାଇ : ବିଶ୍ୱକପ ସେମିଫାଇନାଲରେ ଭାରତର ପରାଜୟ ପରେ ଟିମ ପରିଚାଳନାରେ କେତେକ ପରିବର୍ତ୍ତନ ସୂଚନା ମିଳିଛି । ଆଜି ବିସିସିଆଇ ପକ୍ଷରୁ ଭାରତୀୟ ଟିମ ପାଇଁ ମୁଖ୍ୟ କୋଚ, ବୋଲିଂ କୋଚ, ବ୍ୟାଟିଂ କୋଚ, ଫିଲଡିଂ କୋଚ,ଫିଜିଓ ଓ ଷ୍ଟ୍ରେଙ୍ଗଥ ଏଣ୍ଡ କଣ୍ଡସନିଂ କୋଚ ଓ ମ୍ୟାନେଜରଙ୍କ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି । ଆସନ୍ତା ଜୁଲାଇ ୩୦ ସଂଧ୍ୟା ୫ ସୁଦ୍ଧା ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ବର୍ତ୍ତମାନର ସପୋର୍ଟିଂ ଷ୍ଟାଫ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ, ବ୍ୟାଟିଂ କୋଚ ସଂଜୟ ବାଙ୍ଗର, ଫିଲଡିଂ କୋଚ ଆର. ଶ୍ରୀଧର ସିଧାସଳଖ ଏହି ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ଏମାନଙ୍କୁ ମଧ୍ୟ ଭାରତୀୟ ଦଳର ଆଗାମୀ େଓ୍ଵଷ୍ଟ ଇଣ୍ଡିଜ ଗସ୍ତ ପାଇଁ ୪୫ ଦିନିଆ ସଂପ୍ରସାରିତ କାର୍ଯ୍ୟକାଳ ଦିଆଯାଇଛି । ଭାରତୀୟ ଦଳ ଆସନ୍ତା ଅଗଷ୍ଟ ୩ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ େଓ୍ଵଷ୍ଟଇଣ୍ଡିଜ ଗସ୍ତରେ ଯିବ । ରବି ଶାସ୍ତ୍ରୀ ଗତ ୨୦୧୭ରୁ ଭାରତୀୟ ଦଳର ମୁଖ୍ୟ କୋଚ ଅଛନ୍ତି । 

ସମ୍ବନ୍ଧିତ ଖବର