ଅହମ୍ମଦାବାଦ : ଆଗାମୀ ଭାରତ-ଇଂଲଣ୍ଡ ଶୃଙ୍ଖଳାର ପ୍ରଥମ ଦୁଇ ଟେଷ୍ଟ୍ ବନ୍ଦ ଦ୍ବାର ଭିତରେ ଚେନ୍ନାଇରେ ଖେଳାଯିବ। ଶେଷ ଦୁଇ ଟେଷ୍ଟ୍ ଅହମ୍ମଦାବାଦରେ ଖେଳାଯିବା ପରେ ସେହିଠାରେ ଉଭୟ ଦଳ ମଧ୍ୟରେ ପାଞ୍ଚଟିକିଆ ଟି-୨୦ ଶୃଙ୍ଖଳା ଆୟୋଜିତ ହେବ। ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳା ଅବସରରେ ଷ୍ଟାଡିୟମ୍ ଭିତରକୁ ଦର୍ଶକଙ୍କ ପ୍ରବେଶକୁ ଅନୁମତି ଦେବାକୁ ବିସିସିଆଇ ବ୍ୟଗ୍ର ଥିବା ଜଣାପଡ଼ିଛି। କୋଭିଡ୍-୧୯ ମହାମାରୀ ପାଇଁ ଟିକା ଆସି ଯାଇଥିବାରୁ ଭାରତ-ଇଂଲଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା ଅବସରରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍ କ୍ଷମତାର ଅନ୍ୟୁନ ୨୫ରୁ ୩୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମର ଗ୍ୟାଲେରିରେ ବସି ମ୍ୟାଚ୍ ଦେଖିବାର ସୁଯୋଗ ଦେବାକୁ ବିସିସିଆଇ ଆଗ୍ରହ ପ୍ରକାଶ କରିଛି। ତେବେ ସବୁକିଛି ସରକାରଙ୍କ ନିଷ୍ପତ୍ତି ଉପରେ ନିଭର୍ରଶୀଳ ରହିବ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାର ରୋମାଞ୍ଚକୁ ଷ୍ଟାଡିୟମ୍ରେ ବସି ଉପଭୋଗ କରିବାର ସୁଯୋଗ ଦେବାକୁ ଚାହୁଛୁ। ତେବେ କେତେ ସଂଖ୍ୟାକ ଦର୍ଶକଙ୍କୁ ଅନୁମତି ଦେବା ଠିକ୍ ହେବ ସେ ବିଷୟରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହୁଁ। ସବୁ କିଛି କିନ୍ତୁ ସରକାରଙ୍କ ଉପରେ ନିର୍ଭର କରିବ। ଖେଳାଳି ଏବଂ ଦର୍ଶକଙ୍କ ସୁରକ୍ଷାକୁ ଆମେ ସବୁବେଳେ ପ୍ରାଥମିକତା ଦେବୁ। ପ୍ରଥମ ଦୁଇ ଟେଷ୍ଟ ଆୟୋଜନ କରୁଥିବା ତାମିଲନାଡୁ କ୍ରିକେଟ୍ ସଂଘ କିନ୍ତୁ ଦର୍ଶକଙ୍କ ବିନା ହିଁ ମ୍ୟାଚ୍ ଖେଳାଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଦେଇଛି।
ଟ୍ବେଣ୍ଟି-୨୦ରେ ଦର୍ଶକକୁ ଅନୁମତି ଦେବା ସପକ୍ଷରେ ବିସିସିଆଇ
/sambad/media/post_attachments/wp-content/uploads/2020/03/bcci.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)