ଇଂଲଣ୍ଡରେ ହୋଇପାରେ ଆଇପିଏଲର ଅବଶିଷ୍ଟ ମ୍ୟାଚ 

ମୁମ୍ବାଇ :  କରୋନାର ୨ୟ ଲହରୀ ପାଇଁ ସ୍ଥଗିତ ରହିଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ ୩୧ଟି ମ୍ୟାଚ ଇଂଲଣ୍ଡରେ ହେବାର ସମ୍ଭାବନା ରହିଛି । ଏ ନେଇ ବିସିସିଆଇ ଓ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ ମଧ୍ୟରେ ଆଲୋଚନା ଜାରି ରହିଛି ।

ଆସନ୍ତା ୨୯ ତାରିଖରେ ବିସିସିଆଇର ସ୍ବତନ୍ତ୍ର ସାଧାରଣ ବୈଠକ ଅନୁଷ୍ଠିତ ହେବ । ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହେବ । ଗୋଟିଏ ହେଉଛି ଭାରତରେ ଟି-୨୦ ବିଶ୍ବକପ ଆୟୋଜନ ଓ ଆଇପିଏଲର ଅବଶିଷ୍ଟ ମ୍ୟାଚ ଆୟୋଜନ । ଚଳିତ ବର୍ଷ ଭାରତରେ ଟି-୨୦ ବିଶ୍ବକପ ଆୟୋଜନ ହେବାର ଅଛି । କିନ୍ତୁ ଯ଼ଦି କରୋନା ସ୍ଥିତିରେ ସୁଧାର ନଆସେ ତେବେ ୟୁଏଇରେ ଏହାକୁ ଆୟୋଜନ କରାଯ଼ାଇପାରେ । ସେହିପରି ଇଂଲଣ୍ଡରେ ଆଇପିଏଲର ଅବଶିଷ୍ଟ ୩୧ଟି ମ୍ୟାଚ ଆୟୋଜନ କରିବାକୁ ଯ଼ୋଜନା କରାଯ଼ାଉଛି ।

ସୂଚନାଯ଼ୋଗ୍ୟ ଯ଼େ, କେତେକ ଖେଳାଳୀ ଓ ସହାୟକ କର୍ମଚାରୀ କରୋନା ପଜିଟିଭ ହେବା ପରେ ଗତ ୪ ତାରିଖରେ ଆଇପିଏଲକୁ ସ୍ଥଗିତ ରଖାଯ଼ାଇଥିଲା । କୋଲକାତା ନାଇଟ ରାଇଡର୍ସର ୨ ଜଣ, ହାଇଦ୍ରାବାଦ ଓ ଦିଲ୍ଲୀ ଦଳର ଜଣେ ଲେଖାଏଁ ଖେଳାଳି ପଜିଟିଭ ବାହାରିଥିଲେ । ସେହିପରି ଚେନ୍ନାଇର କୋଚ, ସିଇଓ ମଧ୍ୟ ପଜିଟିଭ ବାହାରିଥିଲେ ।

 

ସମ୍ବନ୍ଧିତ ଖବର