ମୁମ୍ବାଇ: ବିସିସିଆଇରେ ଗୁରୁବାର ନୂଆ ବିବାଦ ମୁଣ୍ଡ ଟେକିଛି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡର ପରିଚାଳନା ଲାଗି ଉଚ୍ଚତମ ନ୍ୟାୟାଳୟ ଗଠନ କରିଥିବା ପ୍ରଶାସନିକ ସମିତି ବା ସିଓଏର ସଦସ୍ୟ ତଥା ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଡାଏନା ଇଦୁଲଜୀ ପରସ୍ପର ବିରୋଧୀ ସ୍ୱାର୍ଥ (କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ) ରେ ଲିପ୍ତ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ବିସିସିଆଇର କୋଷାଧକ୍ଷ ଅନିରୁଦ୍ଧ ଚୌଧୁରୀ ଆଣିଛନ୍ତି। ସିଓଏର ସଦସ୍ୟ ଥାଇ ମଧ୍ୟ ଇଦୁଲଜୀ ମହିଳା କ୍ରିକେଟରଙ୍କୁ ଦିଆ ଯାଉଥିବା ଏକକାଳୀନ ଅନୁଦାନକୁ ଗ୍ରହଣ କରିଛନ୍ତି। ଏହି କରି ସେ ପରସ୍ପର ବିରୋଧୀ ସ୍ୱାର୍ଥରେ ଜଡ଼ିତ ରହିଛନ୍ତି ବୋଲି ଅନିରୁଦ୍ଧ ଅଭିଯୋଗ କରିଛନ୍ତି। ୭୦ ଦଶକରେ ଭାରତ ପକ୍ଷରୁ ମାତ୍ର ଗୋଟିଏ ଟେଷ୍ଟ ଖେଳିଥିବା ଡାଏନାଙ୍କ ଭଉଣୀ ବେହରୁଜଙ୍କୁ ବିସିସିଆଇ ମୋଟା ଅଙ୍କର ଆର୍ଥିକ ସହାୟତା ଦେବାକୁ ମଧ୍ୟ ଅନିରୁଦ୍ଧ ସମାଲୋଚନା କରିଛନ୍ତି।
ଇଦୁଲଜୀଙ୍କୁ ମିଳିଥିବା ଅନୁଦାନକୁ ଅନିରୁଦ୍ଧଙ୍କ ବିରୋଧ
ବିସିସିଆଇରେ ନୂଆ ବିବାଦ
/sambad/media/post_attachments/wp-content/uploads/2017/12/BCCI-300x169-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)