ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ରୋହିତ ଶର୍ମାଙ୍କୁ ମନୋନୀତ କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଟିମ୍ ଇଣ୍ଡିଆର ଓପନର୍ ତଥା ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ୨୦୨୦ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ କରିଛି। ଏଥି ସହ ବିସିସିଆଇ ଅର୍ଜୁନ ପୁରସ୍କାର ପାଇଁ ଇଶାନ୍ତ ଶର୍ମା, ଶିଖର ଧାୱନ ଏବଂ ଦୀପ୍ତି ଶର୍ମାଙ୍କ ନାମ ପଠାଇଛି।


ଏଠାରେ ସୂଚନା ଥାଉ କି ୨୦୧୯ ଭାରତୀୟ ଉପ-ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏକ ଭଲ ବର୍ଷ ଥିଲା | ୨୦୧୯ ସିଜନରେ ସୀମିତ ଓଭର ଫର୍ମାଟରେ ରୋହିତ କେବଳ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋର କରିଥିଲେ | ଏଥିପାଇଁ ଆଇସିସି(ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ରୋହିତଙ୍କୁ ୨୦୧୯ ପାଇଁ ଦିନିକିଆ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଦେବାକୁ ଘୋଷଣା କରିଥିଲା ।

ଏଥିସହ ରୋହିତ ଚଳିତ ବର୍ଷ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ପ୍ରଥମ ଥର ପାଇଁ ଓପନର୍ ଭାବରେ ଖେଳୁଥିବା ବେଳେ ରୋହିତ ଦୁଇ ଶତକ ସ୍କୋର କରିଥିଲେ। ସେହିପରି ଶିଖର ଧାୱନ ହେଉଛନ୍ତି ଏଭଳି ଜଣେ ଖେଳାଳି ଯିଏ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଦୁଇ ଥର ଗୋଲଡେନ ବ୍ୟାଟ(ଅଧିକ ରନ ସ୍କୋର ପାଇଁ) ପାଇଥିଲେ | ସେହିପରି ଦୀପ୍ତି ଶର୍ମା ଭାରତୀୟ ମହିଳା କ୍ରିକେଟ ଟିମର ଅଲରାଉଣ୍ଡର ଭାବେ ବେଶ ଜଣାଶୁଣା |

ସମ୍ବନ୍ଧିତ ଖବର