ମୁମ୍ବାଇ: ବିସିସିଆଇ ମୁଖ୍ୟାଳୟରେ ସୋମବାର ଆୟକର (ଆଇଟି) ଚଢ଼ଉ ହୋଇଥିଲା। ଏଥିରେ ଆୟକର ବିଭାଗର ୧୨ରୁ ୧୫ ଜଣ ଅଧିକାରୀ ସାମିଲ ଥିଲେ। ବିସିସିଆଇ ବିଭିନ୍ନ ଦେୟ ପ୍ରଦାନବେଳେ କାଟି ରଖୁଥିବା ଟଡିଏସ୍‌କୁ ଆୟକର ବିଭାଗରେ ଠିକ୍‌ ଭାବେ ଜମା କରୁ ନଥିବା ଅଭିଯୋଗ ପରେ ଏହି ଚଢ଼ାଉ ହୋଇଥିଲା। ଏହାପରେ ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରାହୁଲ ଜୋହରୀ ଓ ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍‌ଓ) ସନ୍ତୋଷ ରଙ୍ଗନେକରଙ୍କୁ ଆୟକର କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍‌ ଜାରି ହୋଇଥିଲା।

Advertisment