ଶାସ୍ତ୍ରୀ-କୋହଲି ଜଣେ ଅନ୍ୟର ପରିପୂରକ!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ ସମିତି (ସିଓଏ) ଭାରତୀୟ ଟିମ୍‌ର ମୁଖ୍ୟ କୋଚ ଏବଂ ସହଯୋଗୀ କର୍ମଚାରୀଙ୍କ ପାଇଁ ଦରଖାସ୍ତ ଆହ୍ଵାନ କରିଛି। ବିସିସିଆଇର ଜଣେ ଅଧିକାରୀଙ୍କ କହିବା ଅନୁସାରେ ମୁଖ୍ୟ କୋଚ ରବି ଶାସ୍ତ୍ରୀ ନିଜ ପଦରେ ରହିବା ଦରକାର। ଫଳରେ ଅଧିନାୟକ ବିରାଟ କୋହଲିଙ୍କୁ ଆଗକୁ ବଢ଼ିବାରେ ସୁଯୋଗ ମିଳିପାରିବ।

ଟିମ୍‌ର ଏହି ପରିବର୍ତ୍ତନ ଅବସରରେ ଶାସ୍ତ୍ରୀ ଓ କୋହଲି ନିଜ ପଦରେ ରହିବାର ଆବଶ୍ୟକତା ଅଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମର ସଂସ୍ଥାକୁ କହିଛନ୍ତି। କାରଣ ଟିମ୍‌ ୨୦୨୦ରେ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛି। ପରିବର୍ତ୍ତନର ଦିଗ ଦୀର୍ଘକାଳୀନ ହେବା ଉଚିତ ନୁହେଁ। ଶାସ୍ତ୍ରୀ ଓ କୋହଲି ଜଣେ ଅନ୍ୟର ପରିପୂରକ ଏବଂ ଏହି ସଫଳ ଟିମର ଅଧ ଅଂଶକୁ ପରିବର୍ତ୍ତନ କରିବା ଠିକ ହେବ ନାହିଁ।

ସମ୍ବନ୍ଧିତ ଖବର