ଯୋଜନା ଅନୁସାରେ ନିର୍ଦ୍ଧାରିତ ତାରିଖରେ ହେବ ବିସିସିଆଇ ନିର୍ବାଚନ: ବିନୋଦ ରାୟ

ନୂଆଦିଲ୍ଲୀ: ପାଖାପାଖି ଅଢ଼େଇ ବର୍ଷ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କ୍ରିକେଟ ପ୍ରଶାସକଙ୍କ କମିଟି ଉଦ୍ୟମ କରିଥିଲା ଥିଲା ଯେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇ ପାରିବ। ଏବେ ଏହି ଉଦ୍ୟମ ଖୁବ୍‌ ଶୀଘ୍ର ସଫଳ ହେବାକୁ ଯାଉଛି। ସିଓଏ ମୁଖ୍ୟ ବିନୋଦ ରାୟ ଶୁକ୍ରବାର କହିଛନ୍ତି, ବିସିସିଆଇ ଅକ୍ଟୋବର ୨୨ରେ ପ୍ରସ୍ତାବିତ ନିର୍ବାଚନ ପ୍ରକ୍ରିୟା ପାଇଁ ସଠିକ ଭାବେ କାମ କରୁଛି ଏବଂ ଆଶା କରାଯାଉଛି ଯେ, ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ।

ବିନୋଦ ରାୟ କହିଛନ୍ତି ଯେ, ପାଖାପାଖି ୩୦ଟି ରାଜ୍ୟର କ୍ରିକେଟ୍‌ ସଂଘ ଏବେ ବିସିସିଆଇର ସମ୍ବିଧାନ ଅନ୍ତଗର୍ତ ହୋଇସାରିଛନ୍ତି। ରାଜ୍ୟ କ୍ରିକେଟ ସଂଘଗୁଡ଼ିକର ‘ବିସିସିଆଇ’ର ସମ୍ବିଧାନ ଅନ୍ତର୍ଗତ କାମ କରିବା ଏହି ପୂରା ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଅଂଶ। ପାଖାପାଖି ୩୦ଟି କ୍ରିକେଟ ସଂଘ ଏବେ ବିସିସିଆଇ ସମ୍ବିଧାନ ସହିତ ଯୋଡ଼ି ହୋଇଯାଇଛି। କିଛି ରାଜ୍ୟ ଯଥା ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼ ସହିତ କିଛି ସମସ୍ୟା ଥିଲା କିନ୍ତୁ ଆମେ ସେହି ସବୁ ସମାଧାନ କରିସାରିଛୁ।

କେଉଁ ରାଜ୍ୟଗୁଡ଼ିକ ବିସିସିଆଇ ସହ ସଂପର୍କ ନାହିଁ ବୋଲି ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ବିନୋଦ ରାୟ କହିଛନ୍ତି, ହରିୟାଣା ଓ ତାମିଲନାଡୁ ଆମ ସହିତ ନାହାନ୍ତି। ଏବାବଦରେ ଆମେ କିଛି କହିପାରିବୁ ନାହିଁ। ଆଗାମୀ ସେପ୍ଟେମ୍ବର ୧୬ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ।

ସମ୍ବନ୍ଧିତ ଖବର