ବର୍ଷ ୨୦୧୬ରେ ଖେଳିଥିଲେ ଶେଷ ଟେଷ୍ଟ, ବିସିସିଆଇ ଏବେ ଦେଲା ୧ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୫ ବର୍ଷ ପରେ ଗୌତମ ଗମ୍ଭୀରଙ୍କୁ ୧ କୋଟି ୪ ଲକ୍ଷ ଟଙ୍କା ଦେଇଛି। ଗମ୍ଭୀର ନିଜର ଶେଷ ଦିନିକିଆ ମ୍ୟାଚ୍‌ ୨୦୧୩ରେ ଖେଳିଥିବା ବେଳେ ଶେଷ ଟେଷ୍ଟ ମ୍ୟାଚ୍‌ ୨୦୧୬ରେ ଇଂଲଣ୍ଡ ବିରୋଧରେ ଖେଳିଥିଲେ। ଗମ୍ଭୀର ବର୍ଷ ୨୦୧୧-୧୨, ୨୦୧୨-୧୩ ଓ ୨୦୧୪-୧୫ ପାଇଁ ନିଜର ମ୍ୟାଚ୍‌ ଫିସ୍‌ ନେଇ ନଥିଲେ।

ଗୌତମ ଗମ୍ଭୀର ୫୮ଟି ଟେଷ୍ଟର ୧୦୪ ଇନିଂସରେ ୫ ଥର ଅପରାଜିତ ରହି ୪୧୫୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୯ଟି ଶତକ, ୨୨ ଅର୍ଦ୍ଧଶତକ ଓ ଗୋଟି ଦ୍ୱି-ଶତକ(୨୦୬ ରନ୍‌) ମାରିଥିଲେ। ସେହିଭଳି ୧୪୭ଟି ଦିନିକିଆରେ ୧୧ ଥର ଅପରାଜିତ ରହି ୫୨୩୮ ରନ୍‌ ସଂଗ୍ରହ କରିଥିଲେ। ଦିନିକିଆ ମ୍ୟାଚରେ ସେ ୧୧ଟି ଶତକ ଓ ୩୪ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିରେ ସର୍ବାଧିକ ଅପରାଜିତ ୧୫୦ ରନ୍‌ ସାମିଲ ଥିଲା ସେହିଭଳି ସେ ୩୭ଟି ଟି-୨୦ ମ୍ୟାଚ ଖେଳି ୯୩୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୭ଟି ଅର୍ଦ୍ଧଶତକ ସାମିଲ ରହିଛି। ସର୍ବାଧିକ ୭୫ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର