ଆଇପିଏଲ୍‌: ଆଇସିସିର ସୂଚୀ ପରିବର୍ତ୍ତନ ଅନୁରୋଧକୁ ମନା କଲା ବିସିସିଆଇ

ଏପ୍ରିଲ ୨୨ରୁ କୋଲକାତାରେ ୪ ଦିନିଆ ଆଇସିସିର ବୈଠକ

ନୂଆଦିଲ୍ଲୀ: ଆଗାମୀ ଏପ୍ରିଲ ୭ରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର କୋଲକାତାର ଏକ ମ୍ୟାଚ୍‌ ଇର୍ଡେନ ଗାର୍ଡେନରେ ସୂଚୀ ପରିବର୍ତ୍ତନ ଅନୁରୋଧକୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ମନା କରିଦେଇଛି।
ଏପ୍ରିଲ ୨୨ରୁ ୨୬ ମଧ୍ୟରେ ହେବାକୁ ଥିବା କୋଲକାତାରେ ଆଇସିସିର ବାର୍ଷିକ ଅଧିବେଶନ ବସିବ। ଏହି ସମୟ ଭିତରେ ଏକ ମ୍ୟାଚ୍‌ ଇର୍ଡେନ ଗାର୍ଡେନରେ ଖେଳାଯାଇଥିଲେ, ବୋର୍ଡର ସଦସ୍ୟାମାନେ ଆଇପିଏଲ୍‌ର ‘କୋଲକାତା ନାଇଟ୍‌ ରାଇଡର୍ସ’ରଏକ ମ୍ୟାଚ୍‌ ଦେଖିବାକୁ ସୁଯୋଗ ପାଇ ପାରିଥାନ୍ତେ।

ଏପ୍ରିଲ ୨୨ରୁ ୨୬ ମଧ୍ୟରେ କୋଲକାତାରେ ଆଇପିଏଲ୍‌ର କୌଣସି ମ୍ୟାଚ ଖେଳାଯାଉ ନାହିଁ। ତେଣୁ ସୂଚୀ ପରିବର୍ତ୍ତନ କରାଯାଇ ଏଠାରେ ଏକ ମ୍ୟାଚ ଦିଆଗଲେ ଆଇସିସି ସଦସ୍ୟମାନେ କୋଲକାତାରେ ମ୍ୟାଚ୍‌ ଦେଖିବାକୁ ସୁଯୋଗ ପାଇ ପାରିବେ ବୋଲି ପୂର୍ବରୁ ଆଇସିସି ପକ୍ଷରୁ ନିବେଦନ କରାଯାଇଥିଲା।

କୋଲକାତା ନାଇଟ ରାଇଡର୍ସ ଏଠାରେ ଏପ୍ରିଲ ୧୬ରେ ଏକ ମ୍ୟାଚ ଖେଳିବ। ପୁଣି କିଛି ଦିନର ବ୍ୟବଧାନ ପରେ ମେ ୩ରେ ଘରୋଇ ପଡ଼ିଆରେ ମ୍ୟାଚ୍‌ ଖେଳିବ। ଏପ୍ରିଲ ୨୨ରୁ ୨୬ ମଧ୍ୟରେ ହାଇଦ୍ରାବାଦ, ମୁମ୍ବାଇ, ଇନ୍ଦୋର, ବେଙ୍ଗାଲୁରୁ ଓ ଜୟପୁରରେ ମ୍ୟାଚ୍‌ ଖେଳାଯିବ।

ବିସିସିଆଇ କହିଛି, ଯଦି ଆମେ ଗୋଟିଏ ମ୍ୟାଚକୁ ସୂଚୀ ପରିବର୍ତ୍ତନ କରିବୁ ତା’ହେଲେ ଅନ୍ୟମ୍ୟାଚ୍‌ ଗୁଡ଼ିକ ପ୍ରଭାବିତ ହେବ। ତେଣୁ ଏହା ସମ୍ଭବ ହୋଇ ପାରୁ ନାହିଁ। ଅନ୍ୟପକ୍ଷରେ ପିସିବି ଅଧ୍ୟକ୍ଷ ନାଜମ ସେଟ୍ଟୀ ଆଇସିସିର ବୈଠକରେ ଅନୁପସ୍ଥିତ ରହି ପାରନ୍ତି। କୋଲକାତାରେ ଏହି ବୈଠକର ଆୟୋଜନ ହେବାର ମୂଳ କାରଣ ହେଲା ଯେ, ଏଠାରେ କୌଣସି ରାଜନୈତିକ ଦଳ ପକ୍ଷରୁ ପିସିବି ସଦସ୍ୟଙ୍କୁ ବିରୋଧ କରାଯିବା ଭଳି ଅବସ୍ଥା ଦେଖାଯାଉ ନାହିଁ, ଯାହାକି ମୁମ୍ବାଇରେ ହୋଇଥାଏ।

ସମ୍ବନ୍ଧିତ ଖବର