ମୁମ୍ବାଇ: ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍ ପଦବୀ ପାଇଁ ୬ ଜଣଙ୍କ ନାମ ବିସିସିଆଇ ନାଁ ସର୍ଟଲିଷ୍ଟ କରିଛି । ଆଉ ଏହି ତାଲିକାରେ ଏବେ ଭାରତୀୟ କ୍ରିକେଟ ଟିମର କୋଚ୍ ଥିବା ରବି ଶାସ୍ତ୍ରୀଙ୍କ ନାଁ ମଧ୍ୟ ରହିଛି । ଶାସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇ ଭାରତୀୟଙ୍କୁ ମଧ୍ୟ ଏହି ତାଲିକାରେ ରଖାଯାଇଛି । ପୂର୍ବତନ କ୍ରିକେଟର ଲାଲଚାନ୍ଦ ରାଜପୁତ ଓ ରବିନ ସିଂ ମୁଖ୍ୟ କୋଚ ରେସରେ ରହିଥିବା ବେଳେ ବିଦେଶୀ ଭାବେ ମାଇକ ହାସନ, ଟମ ମୁଡି ଓ ଫିଲ ସିମୋନ୍ସଙ୍କୁ ମଧ୍ୟ ମୁଖ୍ୟ କୋଚ୍ ପାଇଁ ଦାବିଦାର ରହିଛନ୍ତି । ଆସନ୍ତା ୧୬ ତାରିଖରେ ଏହି ୬ ଜଣଙ୍କ ସାକ୍ଷାତକାର ନେବା ପରେ ମୁଖ୍ୟ କୋଚ୍ ଘୋଷଣା କରାଯିବ ।
ମୁଖ୍ୟକୋଚ୍ ରେସରେ ଥିବା ପୂର୍ବତନ ଖେଳାଳିଙ୍କ ସାକ୍ଷାତକାର ବିସିସିଆଇ କ୍ରିକେଟ ପରାମର୍ଶଦାତା କମିଟି ନେବ । ପୂର୍ବରୁ ଏହି ସାକ୍ଷାତକାର ୧୩ କିମ୍ବା ୧୪ ତାରିଖରେ ହେବାକୁ ଥିବା ବେଳେ ଏବେ କୌଣସି କାରଣରୁ ଏହାକୁ ୧୬କୁ ଘୁଞ୍ଚାଇ ଦିଆଯାଇଛି । ଏହାପୂର୍ବରୁ ବିରାଟ ଏବେ କୋଚ୍ ଥିବା ରବି ଶାସ୍ତ୍ରୀଙ୍କୁ ନେଇ ବଡ ବୟାନ ଦେଇଥିଲେ । ଏବେ ପୂରା ଦଳର ଖେଳାଳି ରବି ଶାସ୍ତ୍ରୀଙ୍କୁ ନେଇ ଖୁସି ଅଛନ୍ତି ବୋଲି କୋହଲି କହିଥିଲେ । ତେଣୁ ରବି ଶାସ୍ତ୍ରୀଙ୍କ ଉପରେ ପୁଣିଥରେ ଭରସା କରିପାରେ ବିସିସିଆଇ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/shortlisted-6-1.jpg)
