ଦାମୀ ଆଇପିଏଲ : ଓଭର ପିଛା ବିସିସିଆଇ ପାଇବ ୩ କୋଟି

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲର ପ୍ରସାରଣ ଅଧିକାର ନିଲାମ କରି ବିସିସିଆଇ ପ୍ରାୟ ୪୮୩୯୦ କୋଟି ଟଙ୍କା ଆୟ କରିଛି । ଏହା ଫଳରେ ଆଇପିଏଲ ବିଶ୍ବର ୨ୟ ସବୁଠାରୁ ଦାମୀ କ୍ରୀଡ଼ା ପ୍ରତିଯୋଗିତାରେ ପରିଣତ ହୋଇଛି ।

ଏହି ନିଲାମ ପରେ ବିସିସିଆଇର ଆୟ କେତେ ବଢିଯିବ ତାହା କେତେକ ପରିସଂଖ୍ୟାନରୁ ସହଜରେ ଜାଣିହେବ ।

  • ୨୦୨୩ରୁ ୨୦୨୭ ମଧ୍ୟରେ ଖେଳାଯିବାକୁ ଥିବା ମୋଟ ୪୧୦ଟି ଆଇପିଏଲ ମ୍ୟାଚ ବାବଦରେ ବିସିସିଆଇ ପାଇବ ମୋଟ ୪୮,୩୯୦ କୋଟି ଟଙ୍କା ।
  • ପ୍ରତି ମ୍ୟାଚ ପିଛା ବିସିସିଆଇ ପାଇବ ପ୍ରାୟ ୧୧୮ କୋଟି ଟଙ୍କା ।
  • ପ୍ରତି ଓଭର ପିଛା ବିସିସିଆଇ ପାଇବ ପ୍ରାୟ ୨ କୋଟି ୯୫ ଲକ୍ଷ ଟଙ୍କା ।
  • ଅର୍ଥାତ ବୋଲିଂ ହେଉଥିବା ପ୍ରତି ବଲ ପିଛା ବିସିସିଆଇ ପାଇବ ୪୯ ଲକ୍ଷ ଟଙ୍କା ।

ସୂଚନାଯୋଗ୍ୟ ଯେ, ଆଇପିଏଲ ଟେଲିଭିଜନ ପ୍ରସାରଣ (ପ୍ୟାକେଜ-ଏ) ଅଧିକାରକୁ ୨୩,୫୭୫ କୋଟି ଟଙ୍କାରେ ହାତେଇଛି ଷ୍ଟାର ଇଣ୍ଡିଆ । ସେହିପରି ପ୍ୟାକେଜ୍-ବି ଓ ପ୍ୟାକେଜ୍-ସିକୁ (ଡିଜିଟାଲ ରାଇଟ୍ସ) ୨୩,୭୫୮ କୋଟି ଟଙ୍କାରେ ପାଇଛି ଭାୟାକମ-୧୮ ଓ ପ୍ୟାକେଜ-ଡି (ଓଭରସିଜ୍ ଡିଜିଟାଲ ରାଇଟ୍ସ) ପାଇଛି ଟାଇମ୍ସ ଇଣ୍ଟରନେଟ୍ ।

ସୂଚନାଯୋଗ୍ୟ ଯେ, ଆଇପିଏଲ ଏବେ ବିଶ୍ବର ୨ୟ ସବୁଠାରୁ ଦାମୀ କ୍ରୀଡ଼ା ପ୍ରତିଯୋଗିତାରେ ପରିଣତ ହୋଇଛି । ପ୍ରଥମ ସ୍ଥାନରେ ରହିଛି ଆମେରିକାର ଏନଏଫଏଲ ବା ନ୍ୟାସନାଲ ଫୁଟବଲ ଲିଗ୍ ।

ସମ୍ବନ୍ଧିତ ଖବର