ଆଇପିଏଲ ମୁଖ୍ୟ ପ୍ରାୟୋଜକ ପାଇଁ ଖୁବ ଶୀଘ୍ର ଟେଣ୍ଡର ଆହ୍ବାନ କରିବ ବିସିସିଆଇ

ମୁମ୍ବାଇ : ବିସିସିଆଇ ପକ୍ଷରୁ ଆଇପିଏଲର ମୁଖ୍ୟ ପ୍ରାୟୋଜକ ପାଇଁ ଖୁବ ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି ।

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଏବେ କେହି ଟାଇଟେଲ ସ୍ପନସର ବା ମୁଖ୍ୟ ପ୍ରାୟୋଜକ ନାହାନ୍ତି । ଗତ ବର୍ଷ ଚୀନ ସହ ଭାରତର ବିବାଦ ପରେ ଆଇପିଏଲ ପ୍ରାୟୋଜକ ଥିବା ଚୀନ କମ୍ପାନି ଭିଭୋକୁ ବିଦା କରାଯାଇଥିଲା । ଗତ ବର୍ଷର ଆଇପିଏଲ ପାଇଁ ଅସ୍ଥାୟୀ ଭାବେ ଡ୍ରିମ-୧୧କୁ ପ୍ରାୟୋଜକ କରାଯାଇଥିଲା । କିନ୍ତୁ ସ୍ଥାୟୀ ମୁଖ୍ୟ ପ୍ରାୟୋଜକ ଅଭାବରେ ବିସିସିଆଇ ବଡ଼ ଧରଣର କ୍ଷତି ସହୁଛି ।

ଗତ ୨୦୧୮ରୁ ଭିଭୋ ପ୍ରଥମଥର ପାଇଁ ଆଇପିଏଲର ପ୍ରାୟୋଜକ ହୋଇଥିଲା । ଏଥିପାଇଁ ଭିଭୋ ବିସିସିଆଇ ସହ ୫ ବର୍ଷ ପାଇଁ ୨୧୯୦ କୋଟି ଟଙ୍କାର ଚୁକ୍ତି କରିଥିଲା । ଅର୍ଥାତ ଭିଭୋ ବିସିସିଆଇକୁ ବର୍ଷକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲା । ଏବେ ଭିଭୋ ନଥିବାରୁ ବିସିସିଆଇ ବର୍ଷକୁ ୪୪୦ କୋଟି କ୍ଷତି ସହୁଛି ।

ସମ୍ବନ୍ଧିତ ଖବର