ନୂଆଦିଲ୍ଲୀ: ବାରମ୍ବାର ଫାଙ୍କି ଚାଲିଥିବା ବିଶ୍ୱର ଧନୀ କ୍ରୀଡ଼ା ଅନୁଷ୍ଠାନ ବିସିସିଆଇ ଶେଷରେ ସୂଚନା ଅଧୀକାର ପରିସରକୁ ଆସିଯିବ। ଏହାକୁ ଏକ ସରକାରୀ ସଂସ୍ଥା ଭାବେ ବିବେଚନା କରୁଛନ୍ତି ସରକାର। ଏଭଳି ଆଶା ସଂଚାର ହୋଇଛି। ସୂଚନା ଅଧିକାର ଅନ୍ତର୍ଭୁକ୍ତ ହେଲେ ବିସିସିଆଇ ସାଧାରଣ ଜନତାଙ୍କ ଆଗରେ ଉତ୍ତରଦାୟୀ ରହିପାରିବ। ଏଭଳି ଅନୁଭବ କରିଛି ଦେଶର ଆଇନ ଆୟୋଗ। ତାମିଲନାଡୁ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ ଅଧୀନରେ ପଞ୍ଜିକୃତ ବିସିସିଆଇକୁ ଏକ ସରକାରୀ ସଂସ୍ଥା କରିବା ଲାଗି ଆଇନ ଆୟୋଗ ଏକାଧିକ ସୁପାରିସ ପ୍ରସ୍ତୁତ କରିଛନ୍ତି। ଆୟୋଗର ଅଧ୍ୟକ୍ଷ ବିଚାରପତି ବିଏସ୍ ଚୌହାନ କହିଛନ୍ତି ଯେ ବିସିସିଆଇ ଉପରେ ପ୍ରସ୍ତୁତ ସୁପାରିସ ସବୁ ଖୁବ୍ ଶୀଘ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରଦାନ କରାଯିବ। ବିସିସିଆଇ ସମ୍ବିଧାନର ଧାରା ୧୨ ଅନୁସାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ବୋଲି ଚୌହାନ ପ୍ରକାଶ କରିଛନ୍ତି। ଏଭଳି ଅନ୍ତର୍ଭୁକ୍ତ ହେଲେ ବିସିସିଆଇ ନିକଟରୁ ଉଚ୍ଚତମ ଏବଂ ଉଚ୍ଚ ନ୍ୟାୟାଳୟ ସାମ୍ବିଧାନିକ ତଦାରଖ କରିପାରିବେ। ନିଜ ନିଷ୍ପତ୍ତିର ସ୍ୱଚ୍ଛତା ନେଇ ହେଉଥିବା ଜନସ୍ୱାର୍ଥ ମାମଲା ଜରିଆରେ ପ୍ରଶ୍ନ କରାଯାଇପାରିବ। ଆୟୋଗ ସର୍ବସମ୍ମତକ୍ରମେ ବିସିସିଆଇର ଏକଚାଟିଆ କାରବାରକୁ ନାପସନ୍ଦ କରିଛି। ସରକାରଙ୍କଠାରୁ ବର୍ଷ ବର୍ଷ ଧରି ଜାଗା ନେବା ଏବଂ ଶୁଳ୍କ ଛାଡ଼ ପାଉଥିବାରୁ ଏହା ସରକାରୀ ସଂସ୍ଥା ଭଳି ସୂଚନା ଅଧିକାର ପରିସରକୁ ଆସିବା ଉଚିତ।
ସୂଚନାଯୋଗ୍ୟ, ବିସିସିଆଇକୁ ସୂଚନା ଅଧିକାର ଅନ୍ତର୍ଭୁକ୍ତ ଲାଗି ସମସ୍ତ ଖସଡ଼ା ପ୍ରସ୍ତୁତ କରିବାକ ୨୦୧୬ ଜୁଲାଇ ମାସରେ ଉଚ୍ଚତମ ନ୍ୟାୟାଳୟ ଆଇନ ଆୟୋଗକୁ ନିର୍ଦେଶ ଦେଇଥିଲେ। ଏବେ ସରକାର ଯଦି ଆୟୋଗଙ୍କ ସୁପାରିସ୍ ଗ୍ରହଣ କରିବେ ତେବେ ବିସିସିଆଇ ସୂଚନା ଅଧିକାର ଅଧୀନକୁ ଚାଲି ଆସିବ। ଏହା ଦ୍ୱାରା ଭାରତୀୟ ଦଳ, ରାଜ୍ୟ କିମ୍ବା ଜୋନରୁ ପ୍ରତିନିଧିତ୍ୱ କରୁଥିବା ଖେଳାଳି କିଭଳି ମନୋନୀତ ହେଲେ ଯେ କୌଣସି ବ୍ୟକ୍ତି ଜନସ୍ୱାର୍ଥ ମାମଲା ଜରିଆରେ ଉଚ୍ଚତମ ନ୍ୟାୟାଳୟ କିମ୍ବା ଉଚ୍ଚ ନ୍ୟାୟାଳୟ ଯାଇ ପାରିବେ।
ଆଇନ ଆୟୋଗ ଯୁକ୍ତି ବାଢ଼ିଥିଲେ ଖେଳାଳି ମାନେ ଭାରତୀୟ ଦଳର ପ୍ରତିନିଧିତ୍ୱ ବେଳେ କିଟ୍ରେ ତ୍ରିରଙ୍ଗା ବ୍ୟବହାର କରୁଛନ୍ତି, ହେଲମେଟ୍ରେ ଅଶୋକ ଚକ୍ର ନମୂନା ଲଗାଉଛନ୍ତି। ବିସିସିଆଇ ମଧ୍ୟ ସେମାନଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରୁଛନ୍ତି। ରାଜନେତା ମାନେ ମଧ୍ୟ କେତେକ କ୍ରିକେଟ୍ ସଂଘର ମୁଖ୍ୟ ପଦରେ ରହୁଛନ୍ତି। ବିସିସିଆଇକୁ ସରକାର ଜାତୀୟ କ୍ରୀଡ଼ା ସଂଘ ଭାବେ ବିବେଚନା କରୁଥିବାରୁ ଏବେ ନିଜସ୍ୱ େଓ୍ଵବ୍ସାଇଟ୍ରେ ସବୁ ଜାତୀୟ କ୍ରୀଡ଼ା ସଂଘକୁ ସୂଚନା ଅଧିକାର ଅଧୀନକୁ ଆସିଯିବେ ବୋଲି ବିଶ୍ୱାସ କରାଯାଉଛି।
ସୂଚନା ଅଧିକାର ଅଧୀନକୁ ଆସିବ ବିସିସିଆଇ!
/sambad/media/post_attachments/wp-content/uploads/2018/02/BCCI-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)