କଟକ: ବିସିସିଆଇ ମହିଳା ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରେ ଓଡ଼ିଶା ପ୍ରବେଶ କରିଛି। ରବିବାର ଶେଷ ଲିଗ୍ ମ୍ୟାଚ୍ରେ ଓଡ଼ିଶା ୨ ଵିକେଟ୍ରେ ହରିଆଣାକୁ ପରାସ୍ତ କରିଦେଇଛି। ଫଳରେ ଏଲିଟ୍ ଗ୍ରୁପ୍ ବି’ରେ ଆନ୍ଧ୍ରପ୍ରଦେଶ (୨୮) ପଛକୁ ଓଡ଼ିଶା ୨୪ ପଏଣ୍ଟ୍ରେ ଦ୍ବିତୀୟ ସ୍ଥାନରେ ରହି ନକ୍ଆଉଟ୍ ଯୋଗ୍ୟତା ଅର୍ଜନ କରିଛି। କ୍ବାର୍ଟର ଫାଇନାଲ୍ରେ ଓଡ଼ିଶାର ମୁକାବିଲା ବେଙ୍ଗଲ ସହ ହେବ। ଏଥିପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଦିଲ୍ଲୀ, କେରଳ, ଆନ୍ଧ୍ରପ୍ରଦେଶ, ମୁମ୍ବାଇ, ଛତିଶଗଡ଼କୁ ଓଡ଼ିଶା ପରାସ୍ତ କରିଥିଲା ବେଳେ ତାମିଲନାଡୁ, ପଞ୍ଜାବଠୁ ହାରିଥିଲା। ରବିବାର ଓଡ଼ିଶା ଟସ୍ ଜିତି ବୋଲି˚ କରିଥିଲା। ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଘାତକ ବୋଲି˚ ଯୋଗୁଁ ହରିଆଣା ୯ ଵିକେଟ୍ ବିନିମୟରେ ୨୦୯ ରନ୍ କରିଥିଲା। ଭାବନା ଓହଲାନ ୫୦, ଶାଳିନୀ କୁମାରୀ ୪୯, ମାନସୀ ଯୋଶୀ ୨୯, ସୁମନ ଗୁଲିଆ ୨୭, ସୋନିଆ ଖତ୍ରି ୨୩ ରନ୍ କରିଥିଲେ। ସୁଶ୍ରୀ ଦିବ୍ୟଦର୍ଶିନୀ ୧୦ ଓଭରରେ ୪୩ ରନ୍ ବ୍ୟୟ କରି ୫ ଵିକେଟ୍ ଅକ୍ତିଆର କରିଥିଲେ। ତାଙ୍କ ବ୍ୟତୀତ ଇନ୍ଦ୍ରାଣୀ ଛତ୍ରିଆ ୨, ସୁଜାତା ମଲ୍ଲିକ ୧, ପ୍ରିୟଙ୍କା ପ୍ରିୟଦର୍ଶିନୀ ଗୋଟିଏ ଲେଖାଏଁ ଵିକେଟ୍ ନେଇଥିଲେ। ୨୧୦ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ଓଡ଼ିଶା ୮ ଵିକେଟ୍ ବିନିମୟରେ ୩ ବଲ୍ ପୂର୍ବରୁ ମ୍ୟାଚ୍ ଜିତିନେଇଥିଲା। ଅଧିନାୟିକା ମଧୁସ୍ମିତା ବେହେରା (୬୫ ରନ୍, ୯୦ ବଲ୍, ୫ ଚୌକା) ଅର୍ଧଶତକ ହାସଲ କରିଥିଲା ବେଳେ ମାଧୁରୀ ମେହେଟ୍ଟା ୩୬, ସରିତା ମେହେର ୨୫, ଅଞ୍ଜଳି ସି˚ହ ୧୯, ପ୍ରିୟଙ୍କା ପ୍ରିୟଦର୍ଶିନୀ ୧୭ ରନ୍ କରିଥିଲେ। ପ୍ରିୟଙ୍କା ଶର୍ମା ୩, ପ୍ରମିଳା କୁମାରୀ ୨, ମାନସୀ ଯୋଶୀ, ସୁମନ ଗୁଲିଆ, ପ୍ରିୟା ଖଟକର ପ୍ରତ୍ୟେକ ୧ ଵିକେଟ୍ ଲେଖାଏ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସ˚କ୍ଷିପ୍ତ ସ୍କୋର: ହରିଆଣା ୫୦ ଓଭରରେ ୨୦୯/୯ (ଭାବନା ଓହଲାନ ୫୦, ଶାଲିନୀ କୁମାରୀ ୪୯, ମାନସୀ ଯୋଶୀ ୨୯, ସୁଶ୍ରୀ ଦିବ୍ୟଦର୍ଶିନୀ ୫/୪୩, ଇନ୍ଦ୍ରାଣୀ ଛତ୍ରିଆ ୨/୩୩)
ଓଡ଼ିଶା ୪୯.୩ ଓଭରରେ ୨୧୦/୮ (ମାଧୁରୀ ମେହେଟ୍ଟା ୩୬, ସରିତା ମେହେର ୨୫, ମଧୁସ୍ମିତା ବେହେରା ୬୫, ପ୍ରିୟଙ୍କା ଶର୍ମା ୩/୪୩, ପ୍ରମିଳା କୁମାରୀ ୨/୧୮)।