କେନ୍ଦ୍ର ସରକାରଙ୍କୁ ବିସିସିଆଇର ଅନୁରୋଧ:ପାକିସ୍ତାନକୁ ନେଇ ସ୍ଥିତି ସ୍ପଷ୍ଟ କର

ମୁମ୍ବାଇ: ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ଶୃଙ୍ଖଳା ନେଇ ଆନୁଷ୍ଠାନିକ ଭାବେ ସ୍ଥିତି ସ୍ପଷ୍ଟ କରିବାକୁ ବିସିସିଆଇ ସୋମବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇ ଯାଇଥିବାରୁ ୨୦୧୨ ମସିହାଠାରୁ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳା ଯାଇ ପାରି ନାହିଁ। ସେପଟେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଏଥିନେଇ ବିସିସିଆଇ ବିରୋଧରେ ବହୁବାର ଆଇସିସିର ଦ୍ୱାରସ୍ଥ ହୋଇସାରିଛି। ତା’ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ବାରମ୍ବାର ଧମକ ଦେଇ ଆସୁଛି। ସେଥିପାଇଁ ଅସହାୟ ବିସିସିଆଇ କେନ୍ଦ୍ର ସରକାରଙ୍କ ପାଖକୁ ପତ୍ର ଲେଖିଛି। ସୂଚନାଯୋଗ୍ୟ ଯେ ଦ୍ୱିପାକ୍ଷିକ ଶୃଙ୍ଖଳା ଲାଗି ଉଭୟ ଦେଶ ମଧ୍ୟରେ ୨୦୧୪ରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ହେଲେ ବିସିସିଆଇ ରାଜନୈତିକ କାରଣ ସହ ସୀମାରେ ଲାଗି ରହିଥିବା ଉତ୍ତେଜନା ପାଇଁ ଏହାକୁ ପୂରଣ କରି ପାରୁନାହିଁ। ଫଳରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ତା’ଠାରୁ ୭୦ ନିୟୁତ ଡଲାରର କ୍ଷତିପୂରଣ ଦାବି କରିଛି।

ସମ୍ବନ୍ଧିତ ଖବର