ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଆମେଚର୍ ଗଲ୍ଫ ପ୍ରତିଯୋଗିତାର ଶୃଙ୍ଖଳା ‘ଅଡି କ୍ୱାଟ୍ରୋ କପ୍’ର ଭାରତୀୟ ଚରଣ ଭୁବନେଶ୍ୱର ଗଲ୍ଫ କ୍ଲବ୍ (ବିଜିସି)ରୁ ଆରମ୍ଭ ହୋଇଛି। ଅଡି ଭୁବନେଶ୍ୱର ଆୟୋଜିତ ଏହି ପ୍ରତିଯୋଗିତାର ଭାରତୀୟ ଚରଣ ଚୂଡାନ୍ତ ପର୍ଯ୍ୟାୟରେ ୭୫୦ ଗଲ୍ଫର ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଅଡି ଇଣ୍ଡିଆର ମୁଖ୍ୟ ରାହିଲ ଅନସାରୀ କହିଲେ, ଅଡି ସବୁ ସମୟରେ ପ୍ରଦର୍ଶନ ଏବଂ ଚାଳକ ତଥା ଗାଡ଼ି ମାଲିକଙ୍କ ସ୍ବାର୍ଥ ଉପରେ ଧ୍ୟାନ ଦେଇଥାଏ। ଅଡି କ୍ୱାଟ୍ରୋ କପ୍ ଏକ ଉପଯୁକ୍ତ ପ୍ଲାଟଫର୍ମ ଯେଉଁଠାରେ ଅଡି ଫ୍ୟାନ୍, କଷ୍ଟମର ମାନଙ୍କ ସହ ଉପଯୁକ୍ତ ଯୋଗାଯୋଗ ରକ୍ଷା କରାଯାଇପାରିବ। ଏହା ଯୁବପିଢି, ଯୁବଉଦ୍ୟୋଗୀ ଏବଂ ପେସାଦାରମାନଙ୍କ ପାଇଁ ମଧ୍ୟ ଏକ ଉପଯୁକ୍ତ ପ୍ଲାଟଫର୍ମ। ଭାରତର ଦ୍ବାଦଶତମ ଅଡି କ୍ୱାଟ୍ରୋ କପ୍ ଆମେ ଅଧିକ ଉତ୍ସାହର ସହ ଆୟୋଜନ କରିଛୁ। ଏହି ଶୃଙ୍ଖଳା ଭୁବନେଶ୍ବରରୁ ଆରମ୍ଭ ହୋଇଥିବା ବେଳେ ଅହମ୍ମଦାବାଦ, ହାଇଦ୍ରାବାଦ, ଜୟପୁର, ମୁମ୍ବାଇ, ଏବଂ ଦିଲ୍ଲୀ ଆଦି ପ୍ରମୁଖ ସ୍ଥାନରେ ଖେଳାଯିବ। ୧୯୯୧ରୁ ସାରା ବିଶ୍ୱରେ ଆରମ୍ଭ ହୋଇଥିବା ଏହି ଅଡି କ୍ୱାଟ୍ରୋ କପ୍ ୨୯ ବର୍ଷରେ ପଦାର୍ପଣ କରିଛି। ଦୁଇ ଦଶନ୍ଦିରୁ ଉର୍ଧ୍ବ ସମୟ ଧରି ଅଡି ଗଲ୍ଫ ଖେଳକୁ ପ୍ରୋତ୍ସାହନ ଦେଇଆସିଛି।
ବିଜିସିରୁ ଅଡି କ୍ୱାଟ୍ରୋ କପ୍ ଶୁଭାରମ୍ଭ
/sambad/media/post_attachments/wp-content/uploads/2019/01/Untitled-8-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)