ବେଳାଭୂମି ଫୁଟ୍‌ବଲ୍‌: ଟାଟା ଷ୍ଟିଲ୍‌ ବିଜେତା

କୋଣାର୍କ: ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ବେଳାଭୂମି ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଟାଟା ଷ୍ଟିଲ୍‌ ବିଜେତା ହେବାର ଗୌରବ ଅର୍ଜନ କରିଛି। ମଙ୍ଗଳବାର ‌ଫାଇନାଲ୍‌ରେ ଟାଟା ଷ୍ଟିଲ୍‌ ୨-୧ ପେନାଲ୍ଟି ସୁଟ୍ଆଉଟ୍‌ରେ ପାରାଦୀପ ପୋର୍ଟ ଟ୍ରଷ୍ଟ୍‌କୁ ପରାସ୍ତ କରିଥିଲା। ନାଲ୍‌କୋର ସୁନା‌ନ୍ଦୋ ସେନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ଏବଂ ଓଡ଼ିଶା ଏଫ୍‌ସିର ବୈଷୟିକ ସହାୟତାରେ ଚନ୍ଦ୍ରଭାଗା ବେଳାଭୂମିରେ ୧୦ ଦଳକୁ ‌ନେଇ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ସିଆଇଆଇ ବେଳାଭୂମି ଫୁଟ୍‌ବଲ୍‌ ଅଧ୍ୟକ୍ଷ ରାଜୀବ କୁମାର, ଓଡ଼ିଶା ଏଫ୍‌ସି ତୃଣମୂଳ ପ୍ରବନ୍ଧକ ଶୁଭମ ଦାସ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର