ନୂଆଦିଲ୍ଲୀ: ଚିୟରଲିଡରଙ୍କୁ ରାତ୍ରୀ ଭୋଜନକୁ ଡାକି ଦିଲ୍ଲୀ ଡେୟାର ଡେଭିଲ୍ସ ଅଡ଼ୁଆରେ ପଡ଼ିଛି। ବିସିସିଆଇ ଦୁର୍ନାତି ନିବାରଣ ସଂସ୍ଥା (ଏସିୟୁ) ଏଥିଲାଗି ଏହି ଦଳକୁ କଡ଼ା ଚେତାବନୀ ଦେଇଛି। ଗତ ଶୁକ୍ରବାରର ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆୟୋଜିତ ଏକ ଗଲ୍ଫ ପ୍ରତିଯୋଗିତା ପାଇଁ ଆୟୋଜିତ ରାତ୍ରୀଭୋଜନ ଉତ୍ସବକୁ ଦିଲ୍ଲୀ ଡେୟାର ଡେଭିଲ୍ସ ଦଳ ଏହାର ଚିୟର ଲିଡରଙ୍କୁ ଆମନ୍ତ୍ରଣ କରିଥିଲା। ହେଲେ ଚିୟର ଲିଡରଙ୍କଠାରୁ ଖେଳାଳିଙ୍କୁ ଦୂରେଇ ରଖିବାକୁ ଏସିୟୁ ଏହି ଦଳର ଅଧିକାରୀଙ୍କୁ ତାଗିଦ କରିଛି। ତେବେ ଏସିୟୁ ଏଥିନେଇ ବିସିସିଆଇ ନିକଟରେ ଆନୁଷ୍ଠାନିକ ଅଭିଯୋଗ କରିନଥିବା ଜଣାପଡ଼ିଛି। ଚିୟର ଲିଡରଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଖେଳାଳିମାନେ ସେମାନଙ୍କ ସହ ପାର୍ଟି କରି ଥିଲେ କି ନାହିଁ ତାହା ଜଣାପଡ଼ିନି। ହେଲେ ସେମାନେ ଖାଇପିଇ ଚୁପ୍ ଚାପ୍ ନିଜ ନିଜ ହୋଟେଲକୁ ଫେରି ଯାଇଥିଲେ ବୋଲି ଏସିୟୁର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଅତୀତରେ ଚିୟରଲିଡରମାନେ ଆଇପିଏଲ୍ ପାର୍ଟିର ମୁଖ୍ୟ ଆକର୍ଷଣ ହେଉଥିଲେ। ହେଲେ ୨୦୧୩ ମସିହାର ସ୍ପଟ୍ ଫିକ୍ସିଂ ବିବାଦ ପରେ ସେମାନେ ଖେଳାଳିଙ୍କ ପାର୍ଟିକୁ ଆସିବା ଉପରେ ବିସିସିଆଇ ଅଙ୍କୁଶ ଜାରି କରିଥିଲା।
ଚିୟରଲିଡରଙ୍କ ପାଇଁ ଦିଲ୍ଲୀକୁ ଚେତାବନୀ
/sambad/media/post_attachments/wp-content/uploads/2018/05/beers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)