ଦୁବାଇ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପଡ଼ିକଲ ଚଳିତ ଆଇପିଏଲ୍ରେ ୧୦ ମ୍ୟାଚ୍ ଖେଳି ୧୨୪.୪୧ ଷ୍ଟ୍ରାଇକ୍ ରେଟ୍ରେ ୩୨୧ ରନ୍ କରିଛନ୍ତି। ପଡ଼ିଆ ଭିତରେ ଏହି ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପଡ଼ିଆ ବାହାରେ ନୂଆ ଲୁକ୍ରେ ଏହି ୨୦ ବର୍ଷୀୟ ଯୁବ ତାରକାଙ୍କୁ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଚାଲିଥିବା ଦାଢ଼ି ଚ୍ୟାଲେଞ୍ଜକୁ ସେ ଗ୍ରହଣ କରିଛନ୍ତି। ସେ ଦାଢ଼ି କାଟି ନୂଆ ଚେହେରା ସହ ଏକ ଭିଡିଓକୁ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପକାଇ ନିଜ ସମର୍ଥକମାନଙ୍କୁ ଚକିତ କରି ଦେଇଛନ୍ତି। ପଡ଼ିକଲଙ୍କ ପୂର୍ବରୁ ତାଙ୍କ ଦଳୀୟ ସାଥୀ ତଥା ଦକ୍ଷିଣ ଆଫ୍ରିକା ତାରକା ଏବି ଡି'ଭିଲିୟର୍ସଙ୍କ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ସାମାଜିକ ଗଣମାଧ୍ୟମରେ ଭିଡିଓ ଛାଡ଼ିଥିଲେ।
ଦାଢ଼ି ଚ୍ୟାଲେଞ୍ଜ : ଡି’ଭଲିୟର୍ସଙ୍କ ସହ ଯୋଗଦେଲେ ପଡ଼ିକଲ
/sambad/media/post_attachments/wp-content/uploads/2020/10/Beard-Challenge.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)