ବେକରଙ୍କୁ ଅଢ଼େଇ ବର୍ଷ କାରାଦଣ୍ଡ

ଲଣ୍ଡନ: ଦେବାଳିଆ ଘୋଷିତ ହେବା ପରେ ବେଆଇନ ଭାବେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ହଜାର ହଜାର ପାଉଣ୍ଡର ସମ୍ପତ୍ତି ବାହାରକୁ ପଠାଇ ଦେଇଥିବା ଅଭିଯୋଗରେ ଜର୍ମାନୀର କିଂବଦନ୍ତି ଟେନିସ୍ ତାରକା ବୋରିସ୍ ବେକର ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ଜାମିନରେ ରହିଥିଲା ବେଳେ ଏହି ମାମଲାର ପରବର୍ତୀ ଶୁଣାଣୀ ଆଜି ହୋଇଥିଲା। ଏଥିରେ ଲଣ୍ଡନର ସାଉଥ୍‌ୱାର୍କ କ୍ରାଉନ୍ କୋର୍ଟ ତାଙ୍କୁ ଅଢ଼େଇ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି। ୨୦୧୭ରେ ଦେବାଳିଆ ହେବା ପରେ ସେ ବହୁ ପରିମାଣର ଅର୍ଥ ତାଙ୍କ ପୂର୍ବ ପତ୍ନୀ ବାର୍ବରା ଏବଂ ଛାଡ଼ପତ୍ର ଦେଇଥିବା ପତ୍ନୀ ସାର୍ଲେଲିଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଦେଇଥିଲେ। ମୋଟାମୋଟି ଭାବେ ୪ ମାମଲାରେ ଚଳିତ ମାସ ପ୍ରାରମ୍ଭରେ ୬ଥର ଗ୍ରାଣ୍ଡସ୍ଲାମ୍ ବିଜେତା ୫୪ ବର୍ଷ ବୟସ୍କ ବେକର ଦୋଷୀ ସାବ୍ୟସ୍ତ ହୋଇଥିଲେ। ପାଣ୍ଠି ହଡ଼ପ ନେଇ ବେକର ମଧ୍ୟ କୌଣସିମତେ ସନ୍ତୋଷଜନକ କାରଣ ଦର୍ଶାଇପାରିନଥିଲେ କି ଦୋଷ ସ୍ବୀକାର କରିନଥିଲେ।

ସମ୍ବନ୍ଧିତ ଖବର