ଭୁବନେଶ୍ବର,: ଓପିଟିସିଏଲ୍ ଆନୁକୂଲ୍ୟରେ ସ୍ଥାନୀୟ ଇଡ୍କୋ ଷ୍ଟାଡିୟମ୍ରେ ଆୟୋଜିତ ଚତୁର୍ଦଶ ପାୱାର କପ୍ କ୍ରିକେଟ୍ରେ ବେଦାନ୍ତ ବିଜେତା ହୋଇଛି। ସୋମବାର ଫାଇନାଲ୍ରେ ଏହି ଦଳ ୭୧ ରନ୍ରେ ଆୟୋଜକ ଓପିଟିସିଏଲ୍କୁ ପରାସ୍ତ କରି ପ୍ରଥମ ଥର ବିଜେତା ହୋଇଛି। ବେଦାନ୍ତ ନିର୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୧୪୭ ରନ୍। ଜବାବରେ ଓପିଟିସିଏଲ୍ ୧୩.୫ ଓଭରରେ ୭୬ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ବିଜେତା ଦଳର ଉମେଶ ସାହୁ ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ ସାଉଥ୍କୋ ଓ ୱେସ୍କୋ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଥିଲେ। ଓପିଟିସିଏଲ୍ ନିର୍ଦେଶକ (ଅର୍ଥ) ବିଭୁ ପ୍ରସାଦ ମହାପାତ୍ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଦାନ୍ତକୁ ବିଜେତା ଟ୍ରଫି ସହ ୧୫,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଓଏଚ୍ପିସି ନିର୍ଦେଶକ ସଂଜୀବ ତ୍ରିପାଠୀ, ଓପିଟିସିଏଲ୍ ନିର୍ଦେଶକ (ପ୍ରକଳ୍ପ) ରାଧାରମଣ ପଣ୍ଡା, ନେସ୍କୋ ମୁଖ୍ୟ ଅଧିକାରୀ ବିଜୟ କୁମାର ସାହୁ ଏବଂ ମୁଖ୍ୟ ମହାପ୍ରବନ୍ଧକ ରମେଶ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp