ବୀନାଙ୍କୁ ସାନିଆଙ୍କ ବଢ଼ିଆ ଜବାବ:‘ମୁଁ ପାକିସ୍ତାନ ଦଳର ମା’ ନୁହେଁ’

ପାକିସ୍ତାନ ପରାଜୟକୁ ନେଇ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ ଅଭିନେତ୍ରୀ ବୀନା ମଲ୍ଲିକଙ୍କ ମଧ୍ୟରେ ଟ୍ବିଟର ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ପାକିସ୍ତାନ ପରାଜୟ ଲାଗି ନିଜ ବିନ୍ଦାସ୍ ଜୀବନ ଶୈଳୀ ପାଇଁ ସର୍ବଦା ଚର୍ଚାରେ ରହୁଥିବା ବୀନା ପରୋକ୍ଷରେ ସାନିଆ ଏବଂ ତାଙ୍କ ବର୍ଗର ପାର୍ଟିକୁ ଦାୟୀ କରିଥିଲା ବେଳେ ସାନିଆ ଏହାର ଦୃଢ଼ ଜବାବ ରଖିଛନ୍ତି। ଜଙ୍କ ଫୁଡ୍ ପରଷୁଥିବା କ୍ୟାଫେକୁ ନିଜ ଛୋଟ ପିଲାଙ୍କୁ ନନେବାକୁ ବୀନା ଦେଇଥିବା ପରାମର୍ଶକୁ ମଧ୍ୟ ସାନିଆ ପସନ୍ଦ କରି ନାହାନ୍ତି। ମୋ ପୁଅ କଥା ମୁଁ ବୁଝିବି , ତୁମେ ପରାମର୍ଶ ଦେବାର ଆବଶ୍ୟକତା ନାହିଁ ବୋଲି କ୍ଷୁବ୍ଧ ସାନିଆ କହିଛନ୍ତି। ସେହିଭଳି ପାକିସ୍ତାନ କ୍ରିକେଟ୍ ଦଳର ଖାଇବା କଥା ବୁଝିବାର ଦାୟିତ୍ବ ତାଙ୍କର ନୁହେଁ ବୋଲି ସେ ବୀନାଙ୍କୁ ତାତ୍ସଲ୍ୟ କରିଛନ୍ତି। ଏହି କଥା କଟା କଟି ବୀନା ପ୍ରଥମେ ଆରମ୍ଭ କରିଥିଲେ। ସାନିଆଙ୍କୁ ଟ୍ବିଟ୍ କରି ବୀନା ଲେଖିଥିଲେ ସାନିଆ ମୁଁ ତୁମ ପିଲା ପାଇଁ ବହୁତ ଚିନ୍ତିତ। ତୁମେମାନେ ତାକୁ ଶିଶା କ୍ୟାଫେ ନେଇଥିଲ। ଏହା ତା’ର ସ୍ବାସ୍ଥ୍ୟ ପାଇଁ ହାନୀକାରକ। ସେହି କ୍ୟାଫେ ଜଙ୍କ ଫୁଡ୍ ପାଇଁ ପ୍ରସିଦ୍ଧ। ଜଣେ ମା’ ଏବଂ ଖେଳାଳି ଭାବେ ତୁମେ ଏହା ଜାଣିବା କଥା। ସାନିଆ ତୁରନ୍ତ ଏହାର ଉତ୍ତର ଦେଇ ପାଲଟା ଟ୍ବିଟ୍‌ରେ ଲେଖିଥିଲେ ଯେ ବୀନା ମୁଁ ପୁଅକୁ ‌ସେଠାକୁ ନେଇ ନଥିଲି। ତୁମେ ଏଥିରେ କାହିଁକି ମୁଣ୍ଡ ଖେଳାଉଛ। ମୋ ପୁଅର ଯତ୍ନ ମୁଁ ଅନ୍ୟମାନଙ୍କଠାରୁ ଭଲରେ ନେଇ ପାରିବି। ତା’ ଛଡ଼ା ମୁଁ ପାକିସ୍ତାନ କ୍ରିକେଟ୍ ଦଳର ଆହାର ବି‌ଶେଷଜ୍ଞ , ମା’, ଶିକ୍ଷକ କିମ୍ବା ପ୍ରଧାନଶିକ୍ଷକ ନୁହେଁ। । ସୂଚନାଯୋଗ୍ୟ ଯେ ପାକିସ୍ତାନ କ୍ରିକେଟ୍ ଦଳର ଲଜ୍ଜାଜନକ ପରାଜୟର ଠିକ୍ ପରେ ପରେ ସାନିଆ, ତାଙ୍କ ପତି ସୋଏବ ମଲ୍ଲିକ ଏବଂ ଅନ୍ୟ ପାକ୍ କ୍ରିକେଟରମାନେ ଶିଶା କ୍ୟାଫେରେ ବର୍ଗର ଖାଉଥିବାର ଭିଡିଓ ଭାଇରାଲ ହୋଇଥିଲା। କେତେକ ପାକ୍ ପ୍ରଶଂସକ ପରାଜୟ ପାଇଁ ଏହି ବର୍ଗର ପାର୍ଟିକୁ ଦାୟୀ କରିଥିଲେ। ସାନିଆଙ୍କ ସହ ତାଙ୍କ ପୁଅ ଇଜହାନ ଥିଲା ବୋଲି ମଧ୍ୟ କିଛି ଦାବି କରିଥିଲେ।

ସମ୍ବନ୍ଧିତ ଖବର