ବର୍ଷା ପୂର୍ବରୁ ବୋଲରଙ୍କ ବାଜିମାତ୍‌

ମାଞ୍ଚେଷ୍ଟର୍‌: ଓଲ୍ଡ ଟ୍ରାଫର୍ଡରେ ମଙ୍ଗଳବାର ଭାରତ-ନ୍ୟୁଜିଲାଣ୍ଡ୍ ସେମିଫାଇନାଲ୍‌ ବର୍ଷାର‌ ଖେଳ ଆରମ୍ଭ ପୂର୍ବରୁ ଭାରତୀୟ ବୋଲରଙ୍କ ପ୍ରାଧାନ୍ୟ ରହିଥିଲା। ଯଶପ୍ରୀତ୍ ବୁମରା ଏବଂ ଭୁବନେଶ୍ବର କୁମାର ପ୍ରଥମ ଦୁଇ ଓଭର ମେଡ଼େନ୍ ପକାଇବା ପରେ ନ୍ୟୁଜିଲାଣ୍ଡ୍ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିଥିଲା। ଉଭୟ ମିତ୍ତବ୍ୟୟୀ ବୋଲିଂ କରିବାରୁ ଭାରତ ଶେଷାନ୍ତ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲା। ନ୍ୟୁଜିଲାଣ୍ଡ୍ ରନ୍ ବର୍ଷା ଆରମ୍ଭ ବେଳ ଆସିବା ବେଳକୁ ଅସଲ ବର୍ଷାର ଖେଳ ଆରମ୍ଭ ହୋଇଯାଇଥିଲା। ୪୬.୧ ଓଭରରେ ବର୍ଷା ବାଧା ଆଣିବା ବେଳକୁ ନ୍ୟୁଜିଲାଣ୍ଡ୍‌ ୫ ୱିକେଟ୍‌ରେ ୨୧୧ ରନ୍ କରିଥିଲା। ରସ୍ ଟେଲର୍ (୬୭*) ଏବଂ ଟମ୍ ଲଥାମ (୩*) ଅପରାଜିତ ରହିଥିଲେ। ସଂରକ୍ଷିତ ଦିନ ଥିବାରୁ ମ୍ୟାଚ୍‌ ବୁଧବାର ପୁଣି ଏହିଠାରୁ ଆରମ୍ଭ ହେବ।
ମଙ୍ଗଳବାର ଟସ୍ ଭାରତ ସପକ୍ଷରେ ରହିନଥିଲା। ଓଲ୍ଡଡ ଟ୍ରାଫର୍ଡ ଆକାଶକୁ କୋହଲି କଏନ୍ ଫିଙ୍ଗିଥିଲେ, କେନ୍‌ କିନ୍ତୁ ସଠିକ ଭାବେ ଟେଲ୍‌ ଡାକି ନେଇ ତୁରନ୍ତ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲେ। ଗତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳିଥିବା ଦଳରେ ଭାରତ ଗୋଟିଏ ପରବର୍ତନ କରିଥିଲା। କୁଲଦୀପ ଯାଦବଙ୍କ ବଦଳରେ ଭାରତ ୟୁଜବେନ୍ଦ୍ର ଚହଲଙ୍କୁ ଆଣିଥିଲା। ବର୍ଷାର ପୂର୍ବାନୁମାନ ସତ୍ତ୍ବେ ଆଶ୍ଚର୍ଯ୍ୟଜନକ ଭାବେ ମହମ୍ମଦ ସାମିଙ୍କୁ ନିଆ ନଯିବା ଅନେକ କ୍ରିକେଟ ପଣ୍ଡିତଙ୍କୁ ତଟସ୍ଥ କରିଥିଲା। ନ୍ୟୁଜିଲାଣ୍ଡ୍ କିନ୍ତୁ ଟିମ୍ ସାଉଦିଙ୍କ ବଦଳରେ ‌ଲୋକି ଫର୍ଗୁସନଙ୍କୁ ସାମିଲ କରିଥିବା ୱିଲିୟମ୍‌ସନ୍ ଟସ୍ ବେଳେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର