ବିଜୟ ପୂର୍ବର୍ରୁ ମନ୍ଦିରରେ ପ୍ରୀତି ଜିଣ୍ଟା

ଇନ୍ଦୋର: ଚଳିତ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ସହମାଲିକାଣୀ ପ୍ରୀତି ଜିଣ୍ଟା ନିଜ ଦଳର ଖେଳାଳିଙ୍କ ମନୋବଳ ବଢ଼ାଇବା ଲାଗି ସବୁବେଳେ ତତ୍ପର। ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ସେ ପଞ୍ଜାବର ପ୍ରତ୍ୟେକ ମ୍ୟାଚ୍‌ରେ ଷ୍ଟାଡିୟମରେ ଉପସ୍ଥିତ ରହିଥାନ୍ତି। ରବିବାର ହୋଲ୍‌କର୍‌ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ପାଇଁ ମଧ୍ୟ ସେ ଇନ୍ଦୋରରେ ପହଞ୍ଚିଥିଲେ। ଲଗାତାର ଭାବେ ଗତ ଦୁଇ ମ୍ୟାଚ୍‌ (ମୁମ୍ବାଇ ଏବଂ ହାଇଦ୍ରାବାଦ ବିପକ୍ଷ)ରେ ପ୍ରୀତିଙ୍କ ଦଳ ହାରି ଯାଇଥିଲା। ଏହି ପରାଜୟ ଧାରାରୁ ମୁକୁଳିବା ଏବଂ ବିଜୟ ଧରାକୁ ଫେରିବା ଲାଗି ଈଶ୍ୱର ବିଶ୍ୱାସୀ ପ୍ରୀତି ରବିବାର ଇନ୍ଦୋରସ୍ଥିତ ଖଜରାନା ଗଣେଶ ମନ୍ଦିରରେ ପହଞ୍ଚି ରିଷ୍ଟ ଖଣ୍ଡନ ପାଇଁ ପୂଜାର୍ଚନା କରଥିଲେ। କେହି ଚିହ୍ନିଯିବା ଅଶଙ୍କାରେ ମୁହଁରେ କପଡ଼ା ଢାଙ୍କି ମନ୍ଦିରରେ ପ୍ରବେଶ କରିଥିଲେ ପ୍ରୀତି। କିନ୍ତୁ ତାଙ୍କୁ ସେଠାରେ ଉପସ୍ଥିତ ଭକ୍ତ ଚିହ୍ନି ଘେରି ଯାଇଥିଲେ। ଏହି ଭକ୍ତମାନଙ୍କୁ ପାଟି ନକରିବା ଏବଂ ଭିଡିଏ କି ଫଟୋ ନଉଠାଇବା ଲାଗି ପ୍ରୀତି ଅନୁରୋଧ କରିଥିଲେ। କିନ୍ତୁ ସିସି ଟିଭିରେ ଉତ୍ତୋଳିତ ଭିଡିଓକୁ ଅଶୋକ ଭଦ୍ର ନାମକ ଜଣେ ପୂଜାରୀ ଫେସ୍‌ବୁକ୍‌ରେ ଛାଡ଼ି ଦେଇଥିଲେ। ଯାହା ଭାଇରାଲ ହେବାକୁ ଲାଗିଥିଲା। ପ୍ରୀତି ମନ୍ଦିର ଯାଇ ଦଳର ବିଜୟ ଲାଗି କାମନା କରିଥିବା ଖବର ଜଣାପଡ଼ିଥିଲା। ଏହି ଭିଡିଓ ରେ ପ୍ରୀତି ହାତ ଯୋଡ଼ି ମୁଣ୍ଡିଆ ମାରୁଥିବା ଏବଂ ପୂଜାରୀଙ୍କଠୁ ଦଳର ବିଜୟ ପାଇଁ ଆଜ୍ଞା ମାଳ ଆଣୁଥିବାର ଦୃଶ୍ୟ ରହିଛି।

ସମ୍ବନ୍ଧିତ ଖବର