ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିଶ୍ବବିଜୟୀ ଅଧିନାୟକ କପିଳ ଦେବଙ୍କୁ କିଛି ଦିନ ହେଲା ନୂଆ ଲୁକ୍ରେ ଦେଖିବାକୁ ମିଳୁଛି। କପିଳ ସଂପୂର୍ଣ୍ଣ ଲଣ୍ଡା ହେବା ସହ ସୁନ୍ଦର ଦାଢ଼ି ରଖି ବେଶ୍ ସ୍ମାର୍ଟ ଦେଖା ଯାଉଛନ୍ତି। କରୋନା ଆତଙ୍କ ପାଇଁ ବାହାରକୁ ବାହାରି ପାରୁ ନଥିବାରୁ କପିଳ ବାଧ୍ୟ ହୋଇ ଏଭଳି ଲୁକ୍ ଗ୍ରହଣ କରିଥିବା ପ୍ରଶଂସକ ଅନୁମାନ କରୁଥିଲେ। ହେଲେ ବିଶ୍ବ କ୍ରିକେଟ୍ର ଦୁଇ ମହାନ ତାରକା ମହେନ୍ଦ୍ର ସିଂହ ଧୋନି ଓ ଭିଭିଆନ୍ ରିଚାର୍ଡସଙ୍କଠାରୁ ଅନୁପ୍ରେରିତ ହୋଇ କପିଳ ଏଭଳି ଲୁକ୍ ରଖିଥିବା ପ୍ରକାଶ କରିଛନ୍ତି। ରିଚାର୍ଡସ ସାଧରଣତଃ ଲଣ୍ଡା ହୋଇ ଛୋଟ ଦାଢ଼ି ରଖନ୍ତି। ସେହିଭଳି ୨୦୧୧ ମସିହା ବିଶ୍ବକପ୍ ଜିତିବା ପରେ ଧୋନି ମଧ୍ୟ ସଂପୂର୍ଣ୍ଣ ଲଣ୍ଡା ହୋଇ ଯାଇଥିଲେ। ସୂଚନାଯୋଗ୍ୟ ଯେ କପିଳଙ୍କ ଏହି ନୂଆ ଲୁକ୍ର ଝଲକ ସର୍ବପ୍ରଥମେ ପୂର୍ବତନ ଦ୍ରୁତ ବୋଲର ଚେତନ ଶର୍ମା ପ୍ରଶଂସକଙ୍କୁ ଦେଇଥିଲେ। ଚେତନ ଟ୍ବିଟ୍ କରି କପିଳଙ୍କ ନୂଆ ଲୁକ୍ର ଫଟୋ ପ୍ରକାଶ କରିବା ପରେ ପ୍ରଶଂସକ ଏହାକୁ ବହୁତ ପସନ୍ଦ କରିଥିଲେ।
କପିଳଙ୍କ ନୂଆ ଲୁକ୍ ପଛରେ ଧୋନି, ରିଚାର୍ଡସ
/sambad/media/post_attachments/wp-content/uploads/2020/04/kapil-dev-new-look.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)