ଜାମାଇକା: ୨୦୦୮ ମସିହା ବେଜିଂ ଅଲିମ୍ପିକ୍ସ ୧୦୦ ମିଟର୍ ଫାଇନାଲ୍ର ଏକ ଚର୍ଚିତ ଫଟୋକୁ ଛାଡ଼ି କିଂବଦନ୍ତି ଧାବକ ଉସେନ୍ ବୋଲ୍ଟ କୋଭିଡ୍-୧୯ ଲଢ଼େଇ ସମ୍ପର୍କରେ ଏକ ଦୃଢ଼ ସଚେତନତା ବାର୍ତା ଦେଇଛନ୍ତି। ଇଷ୍ଟର୍ ଦିବସରେ ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବୋଲ୍ଟ ଛାଡ଼ିଥିବା ଏହି ଫଟୋରେ ସେ କିଭଳି ୧୦୦ ମିଟର୍ ବେଜିଂ ଫାଇନାଲ୍କୁ ଢେର ପୂର୍ବରୁ ଜିତିଥିଲେ ଦେଖାଇଛନ୍ତି। ଏହା ଦ୍ବାରା ବୋଲ୍ଟ ସାମାଜିକ ଦୂରତାର ଗୁରୁତ୍ବ କଥା କହିବାକୁ ଚେଷ୍ଟା କରିଛନ୍ତି। ବେଜିଂରେ ବୋଲ୍ଟ ବିଶ୍ବ କୀର୍ତ୍ତିମାନ ୯.୬୯ ସେକେଣ୍ଡ୍ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଦ୍ବିତୀୟ ସ୍ଥାନରେ ରହିଥିବା ରିଚାର୍ଡସ ଥମ୍ସନ୍ଙ୍କଠାରୁ ୦.୨୦ ସେକେଣ୍ଡ୍ କମ୍ ନେଇଥିଲେ। ଏହା ପରେ ବେଜିଂର ବାର୍ଡସ ନେଷ୍ଟ୍ ଷ୍ଟାଡିୟମ୍ରେ ସେ ୨୦୦ ମିଟର୍ ଫାଇନାଲ୍କୁ ମଧ୍ୟ କୀର୍ତ୍ତିମାନ ସମୟ ୧୯.୩୮ ସେକେଣ୍ଡ୍ ନେଇ ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କରୋନା ମହାମାରୀ ପରିପ୍ରେକ୍ଷୀରେ ସାମାଜିକ ଦୂରତା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଦର୍ଶାଇ ସମସ୍ତ ନାଗରିକଙ୍କୁ ସେ ଏହା ମାନିବାକୁ ନିବେଦନ କରିଛନ୍ତି। ଗୋଟିଏ ଅଲିମ୍ପିକ୍ସରେ ଉଭୟ ୧୦୦ ଏବଂ ୨୦୦ ମିଟର ରେକର୍ଡ ଭାଙ୍ଗିବାରେ ବୋଲ୍ଟ ମଧ୍ୟ ପ୍ରଥମ ଖେଳାଳି ହୋଇଥିଲେ। ବେଜିଂ ପରେ ସେ ମଧ୍ୟ ଆଉ ୬ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏବେ ମଧ୍ୟ ତାଙ୍କ ନାମରେ ୧୦୦, ୨୦୦ ମିଟର୍ ଦୌଡ଼ ସହିତ ୧୦୦ ମିଟର୍ ରିଲେ କୀର୍ତ୍ତିମାନ ରହିଛି।
ବେଜିଂ ଅଲିମ୍ପିକ୍ସ ଫଟୋ ଛାଡ଼ି ବାର୍ତ୍ତା ଦେଲେ ବୋଲ୍ଟ
/sambad/media/post_attachments/wp-content/uploads/2020/04/g87jh98d7h98sdf7hshshsfhsfhsfhfhhfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)