ନୂଆଦିଲ୍ଲୀ: ବିରାଟ କୋହଲି ଭାରତର ଜଣେ ଲୋକପ୍ରିୟ ବ୍ୟାଟ୍ସମ୍ୟାନ୍। ନିଜ ବ୍ୟାଟିଂରେ ସମସ୍ତଙ୍କ ହୃଦୟ ଜିତିଥିବା ବିରାଟ କୋହଲିଙ୍କର ସମଗ୍ର ବିଶ୍ୱରେ ଫଲୋୟର୍ସ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଦେଶ ସହ ଦେଶ ବାହାରର ଲୋକ ମଧ୍ୟ ଫଲୋ କରନ୍ତି। କ୍ରିକେଟର ସହ ବିରାଟ କୋହଲି ତାଙ୍କ ଫିଟନେସକୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଥାନ୍ତି। ତାଙ୍କ ଡାଏଟରେ କ’ଣ ରହିଛି, ତାହା ଜାଣିବାକୁ ପ୍ରଶଂସକମାନେ ଇଚ୍ଛାପ୍ରକାଶ କରୁଥିବା ଦେଖାଯାଏ। ଯେଉଁମାନେ ବିରାଟଙ୍କ ପ୍ରଶଂସକ ସେମାନେ ଭଲ ଭାବରେ ଜାଣିଥିଲେ ଯେ, କ୍ରିକେଟର ଶାକାହାରୀ। ସେ ଆମିଷ ଖାନ୍ତି ନାହିଁ।

Advertisment

ହେଲେ ଏବେ ବିରାଟ ଯେଉଁ ଷ୍ଟୋରୀ ଇନଷ୍ଟାରେ ସେୟାର କରିଛନ୍ତି, ତାହା ତାଙ୍କ ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଇଛି। କିଛି ଲୋକ ତାଙ୍କୁ ଶାକାହାରୀ ହୋଇ ବି ଆମିଷ ଖ‌ାଉଥିବାରୁ ଟ୍ରୋଲ ମଧ୍ୟ କରିଛନ୍ତି। ତେବେ ଟ୍ରୋଲ କରୁଥିବା ଲୋକେ ବିରାଟଙ୍କ ଲେଖା ବୁଝିପାରିନଥିବା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମ ଷ୍ଟେ୍ାରୀରେ ଚିକେନ୍ ଟିକ୍କାର ଫଟୋ ସେୟାର କରି ସେ ଲେଖିଛନ୍ତି, ତୁମେ ବହୁତ ଭଲ 'ମକ୍ ଚିକେନ୍ ଟିକ୍କା' ତିଆରି କରିଛ @ବ୍ଲୁଟ୍ରାଇବ୍ଅଫିସିଆଲ୍।

ତେବେ କିଛି ଲୋକ କେବଳ ଚିକେନ୍ ଟିକ୍କା ପଢ଼ି ତାଙ୍କୁ ଟ୍ରୋଲ କରୁଥିବା ବେ‌ଳେ 'ମକ୍' ଶବ୍ଦକୁ ଅଣଦେଖା କରିଦେଇଛନ୍ତି। 'ମକ୍ ଚିକେନ ଟିକ୍କା' ସୋୟା ଦ୍ବାରା ତିଆରି ହୋଇଥାଏ ଏବଂ ଏହାର ସ୍ବାଦ ମାଂସ ଭଳି। ଏହା ଆମିଷ ନୁହେଁ। କିଛି ବ୍ୟବହାରକାରୀ ମକ୍ ଚିକେନ୍ ଟିକ୍କାର ମାନେ ନବୁଝି ବିରାଟଙ୍କୁ ଟ୍ରୋଲ କରୁଥିବାରୁ ତାଙ୍କ ପ୍ରଶଂସମାନେ ବିରକ୍ତି ପ୍ରକାଶ କରିଛନ୍ତି।