ପୂରା ଶୃଙ୍ଖଳାରେ ରହିବାରୁ ‌ଦକ୍ଷତାରେ ଉନ୍ନତି ଘଟିଛି: ୱାସିଂଟନ

ସ୍ପିନ୍‌ ଅଲ୍‌ରାଉଣ୍ଡର ୱାସିଂଟନ ସୁନ୍ଦର ଶୁକ୍ରବାର ୩୦୧ତମ ଭାରତୀୟ ଟେଷ୍ଟ୍‌ ଖେଳାଳି ଭାବେ ପଦାର୍ପଣ କରିଛନ୍ତି। ତାଙ୍କର ଏହି ସ୍ବପ୍ନ ବାସ୍ତବରେ ପରିଣତ ହୋଇଥିବାରୁ ଏହାର ଶ୍ରେୟ ୱାସିଂଟନ ନିଜ ପରିବାରକୁ ଦେଇଛନ୍ତି। ଦଳୀୟ ପରିଚାଳକଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। କାରଣ ପୂରା ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଏଠାରେ ରହିବାକୁ ‌ସେମାନେ କହିଥିଲେ। ମୁଁ ଭାବୁଛି ଏଠାରେ ରହିବା ପରେ ମୋର ଉଭୟ ବ୍ୟାଟିଂ ଓ ବୋଲିଂ ଦକ୍ଷତାରେ ଉନ୍ନତି ଘଟିଛି ବୋଲି ଗାବା ଟେଷ୍ଟ୍‌ର ପ୍ରଥମ ଦିନ ଶେଷ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଏଠାକାର ସୁବିଧା, ୱିକେଟ୍‌ ଏବଂ ସବୁକିଛି ମୋତେ ମୋ ଦକ୍ଷତାରେ ଉନ୍ନତି କରିବାରେ ସହାୟତା କରିଛି। ସତରେ ଗତ ୨୪ ଘଣ୍ଟା ମୋ ପାଇଁ ଚମକପ୍ରଦ ଥିଲା। ଯେତେବେଳେ ମୋତେ ଖେଳିବା ପାଇଁ ପ୍ରସ୍ତୁତ କି ବୋଲି ଦଳୀୟ ପରିଚାଳକ ପଚାରିଥିଲେ ‌ସେତେବେଳେ ମୋ ଖୁସୀ ଦ୍ବିଗୁଣିତ ହୋଇଯାଇଥିଲା। ପ୍ରକୃତରେ ମୋ ସ୍ବପ୍ନ ବାସ୍ତବରେ ପରିଣତ ହୋଇଥିଲା ବୋଲି ୱାସିଂଟନ୍‌ କହିଛନ୍ତି। ମୁଁ ଏହି ଶ୍ରେୟ ମୋ ପରିବାରକୁ ଦେବି। କାରଣ ସେମାନଙ୍କ ପରିଶ୍ରମ ଏବଂ ତ୍ୟାଗ ମୋତେ ଏହି ସଫଳତା ଦେଇଛି। ସେମାନଙ୍କ ବିନା ଏହା ସମ୍ଭବ ହୋଇନଥା’ନ୍ତା ବୋଲି ସୁ୍ନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର