ଡି-ସ୍ପା: ଫେରାରିର ସେବାସ୍ତିଆନ୍ ଭିଟେଲ ମର୍ସିଡିଜ୍ ଚାଳକ ତଥା ଗତଥରର ବିଜେତା ଲୁଇସ୍ ହାମିଲ୍ଟନ୍ଙ୍କୁ ପଛରେ ପକାଇ ବେଲ୍ଜିଆନ୍ ଗ୍ରାଁ ପ୍ରି କରାୟତ କରିଛନ୍ତି। ହାମିଲଟନ୍ ପୋଲ୍ ପୋଜିସନ୍ରୁ ରେସ୍ ଆରମ୍ଭ କରିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଜର୍ମାନିର ଚାଳକ ଭିଟେଲ ୧:୨୩:୩୪.୪୭୬ ସମୟ ନେଇ ରେସ୍ ଶେଷ କରିବା ସହ ବିଜେତା ହୋଇଥିଲେ। ଏଥିସହ ସେ ଫର୍ମୁଲା ଓ୍ଵାନ୍ ଚାଳକ ତାଲିକାର ଶୀର୍ଷରେ ଥିବା ବ୍ରିଟେନ୍ର ଲୁଇସ୍ ହାମିଲଟନ୍ (୨୩୧ ପଏଣ୍ଟ୍)ଙ୍କ ନିକଟତର ହୋଇଛନ୍ତି। ଚଳିତ ଫର୍ମୁଲା ଓ୍ଵାନ୍ ଋତୁର ଆଉ ୮ ରେସ୍ ବାକି ଥିଲା ବେଳେ ଭିଟେଲଙ୍କ ମୋଟ ପଏଣ୍ଟ୍ ସଂଖ୍ୟା ୨୧୬ ରହିଛି। ବେଲ୍ଜିଆନ୍ ଗ୍ରାଁ ପ୍ରିରେ ଭିଟେଲ୍ଙ୍କଠୁ ୧୧.୦୬୧ ସେକେଣ୍ଡ୍ ଅଧିକ ସମୟ ନେଇ ରେସ୍ ଶେଷ କରିଥିବା ହାମିଲଟନ୍ ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ରେଡ୍ବୁଲ୍ର ମ୍ୟାକ୍ସ ଭର୍ଷ୍ଟାପନ୍, ମର୍ସିଡିଜ୍ର ଭାଲଟେରି ବୋଟ୍ଟାସ ଏବଂ ଫୋର୍ସ ଇଣ୍ଡିଆର ସର୍ଜିଓ ପେରେଜ୍ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଥିଲେ। ଫ୍ରାନ୍ସର ଇସ୍ତେବନ୍ ଓକୋନ୍, ହାସ୍ ଯୋଡ଼ି ରୋମାଇଁ ଗ୍ରୋସେନ୍ ଓ କେଭିନ୍ ମୁଗ୍ନୁସେନ୍, ଟୋରୋ ରୋସୋର ଫ୍ରାନ୍ସ ଚାଳକ ପିଏରେ ଗାସ୍ଲି ଏବଂ ସଉବର୍ର ସ୍ୱିଡେନ୍ ଚାଳକ ମାର୍କସ୍ ଇରିକ୍ସନ୍ ଯଥାକ୍ରମେ ଷଷ୍ଠରୁ ଦଶମ ସ୍ଥାନରେ ରହି ପଏଣ୍ଟ୍ ନିଜ ନିଜ ଖାତାରେ ଯୋଡ଼ିଥିଲେ। ଅନ୍ୟପକ୍ଷରେ ବେଲ୍ଜିୟମ୍ରେ ୪ ଥର ବିଜେତା ଫେରାରି ଚାଳକ କିମି ରାଇକୋନେନ୍ ଏବଂ ରେଡ୍ ବୁଲ୍ ଚାଳକ ଡାନିଏଲ୍ ରିକାର୍ଡୋ ଆରମ୍ଭରୁ ପରସ୍ପର ମଧ୍ୟରେ ଧକ୍କା ଖାଇ ରେସ୍ରୁ ଓହରିବାକୁ ବାଧ୍ୟ ହୋଇଥିଲେ। ତେବେ ନିଜ ଘରୋଇ ରେସ୍ରେ ମ୍ୟାକ୍ଲରେନ୍ର ବେଲ୍ଜିୟମ୍ ଚାଳକ ଷ୍ଟୋଫେଲ ଭାଣ୍ଡୋର୍ନେ ଶେଷ ସ୍ଥାନରେ ରହିଥିଲେ।
ବେଲ୍ଜିଆନ୍ ଗ୍ରାଁ ପ୍ରି: ହାମିଲଟନ୍ଙ୍କୁ ପଛରେ ପକାଇଲେ ଭିଟେଲ୍
/sambad/media/post_attachments/wp-content/uploads/2018/08/13-Sebastian-Vettel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)