ଓଡ଼ିଶା ହକି ବିଶ୍ୱକପ୍‌: ଭୁବନେଶ୍ୱରରେ ପହଞ୍ଚିଲେ ବେଲଜିୟମ୍‌ ଓ ନେଦରଲାଣ୍ଡ ଟିମ୍‌

ଭୁବନେଶ୍ୱର: ମାତ୍ର ତିନି ଦିନ ପରେ ଓଡ଼ିଶା ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ଶନିବାର ବେଲଜିୟମ୍‌ ଏବଂ ନେଦରଲାଣ୍ଡ ଟିମ୍‌ ଭୁବନେଶ୍ୱର ପହଞ୍ଚିଛନ୍ତି। ବିଶ୍ୱର ୩ ନମ୍ବର ଟିମ୍‌ ବେଲଜିୟମ୍‌ ଏବଂ ବିଶ୍ୱର ୪ ନମ୍ବର ଟିମ୍‌ ନେଦରଲାଣ୍ଡ ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହକି ବିଶ୍ୱକପ୍‌ ଡିସେମ୍ବର ୧୬ରେ ଫାଇନାଲ ମ୍ୟାଚ ଖେଳାଯିବ।

ନେଦରଲାଣ୍ଡ ‘ଗ୍ରୁପ-ଡି’ରେ ଜର୍ମାନୀ, ପାକିସ୍ତାନ ଓ ମାଲେସିଆକୁ ଭେଟିବ। ହକି ପାଇଁ ଭୁବନେଶ୍ୱର ଏକ ଭଲ ସ୍ଥାନ। ଏଠାକାର ପ୍ରଶଂସକ ହକି ପାଇଁ ଉତ୍ସାହୀ ଦେଖାଯାଆନ୍ତି। ଆମେ ପ୍ରଥମେ ମାଲେସିଆକୁ ଭେଟିବୁ ଏବଂ ଭଲ ପ୍ରଦର୍ଶନ କରିବୁ ବୋଲି ମୁଖ୍ୟ କୋଚ ମାକ୍ସ କାଲଦାସ କହିଛନ୍ତି। ନେଦରଲାଣ୍ଡ ଡିସେମ୍ବର ୧ରୁ ଅଭିଯାନ ଆରମ୍ଭ କରିବ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟ ପାଇଁ ବେଲଜିୟ ଟିମକୁ ‘ଗ୍ରୁପ-ବି’ରେ ଆୟୋଜକ ଭାରତ, କାନାଡା ଓ ଦକ୍ଷିଣ ଆଫ୍ରିକା ସହିତ ରଖାଯାଇଛି। ବେଲଜିୟମ ନଭେମ୍ବର ୨୮ରେ କାନାଡାକୁ ଭେଟିବ। ନେଦରଲାଣ୍ଡ ପହଞ୍ଚିବାର ଅଳ୍ପ ସମୟ ପରେ ବେଲଜିୟମ ଭୁବନେଶ୍ୱର ପହଞ୍ଚି ଥିଲା।

ସମ୍ବନ୍ଧିତ ଖବର