ଭୁବନେଶ୍ବର : ଭାରତ ବିପକ୍ଷ ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ମ୍ୟାଚ୍ ଖେଳିବା ଲାଗି ବୁଧବାର ବେଲ୍ଜିୟମ ଦଳ ଭୁବନେଶ୍ବରରେ ପାଦ ଥାପିଛି। କଳିଙ୍ଗ ଷ୍ଟାଡିୟମରେ ଏହି ଦଳ ଚଳିତ ସପ୍ତାହର ଶେଷ ଦୁଇ ଦିନ (ଶନିବାର, ରବିବାର) ଘରୋଇ ଭାରତ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବ। ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ବେଲ୍ଜିୟମ୍ ପାଖରେ ପୂର୍ବରୁ ଭୁବନେଶ୍ବରରେ ଖେଳିବାର ଅଭିଜ୍ଞତା ରହିଛି। ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ବକପ୍ରେ ଏହି ଦଳ ବିଜେତା ହେବାର ଗୌରବ ପାଇଥିଲା। ଫଳରେ ଭୁବନେଶ୍ବରରେ ପୁଣି ଥରେ ବିଜୟ ପାଇବା ଲକ୍ଷ୍ୟରେ ରହିଛି ଅତିଥି ଦଳ। ସଂପ୍ରତି ବେଲ୍ଜିୟମ ପ୍ରୋ-ଲିଗ୍ରେ ୪ ମ୍ୟାଚ୍ ଖେଳି ୩ ବିଜୟ ଓ ଗୋଟିଏ ପରାଜୟରୁ ୧୧ ପଏଣ୍ଟ୍ ସହ ୯ ଦେଶୀୟ ଏହି ପ୍ରତିଯୋଗିତାର ପଏଣ୍ଟ୍ ତାଲିକାର ଶୀର୍ଷରେ ରହିଛି। କେବଳ ଅଷ୍ଟ୍ରେଲିଆଠୁ ଗୋଟିଏ ମ୍ୟାଚ୍ ପେନାଲ୍ଟି ସୁଟ୍ଆଉଟ୍ (୪-୨)ରେ ବେଲ୍ଜିୟମ ହାରିଥିଲା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଯାକ ମ୍ୟାଚ୍ ଜିତି ପୂରା ପଏଣ୍ଟ୍ କରାୟତ୍ତ କରିଥିଲା। ଅନ୍ୟପକ୍ଷରେ ଭାରତ ଏହି ପ୍ରତିଯୋଗିତାରେ ଦୁଇଟି ମ୍ୟାଚ୍ (ନେଦରଲାଣ୍ଡ ବିପକ୍ଷ) ଖେଳି ଅପରାଜେୟ ରହି ୫ ପଏଣ୍ଟ୍ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଆମେ ପୂର୍ବରୁ ଏଠାରେ ଖେଳିଛୁ। ଏଠାକାର ଦର୍ଶକ ବହୁତ ବଢ଼ିଆ ଓ ପିଚ୍ ମଧ୍ୟ ଭଲ। ଭାରତୀୟ ଦଳ ବିଶ୍ବ ମାନ୍ୟତାରେ ପଞ୍ଚମରେ ଥିଲେ ମଧ୍ୟ ଭଲ ପ୍ରଦର୍ଶନ ଦେଇ ଆସୁଛି। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଏହି ଦଳକୁ ହରାଇବା କଷ୍ଟକର ହେବ। ତଥାପି ଆମେ ବିଜୟ ଲକ୍ଷ୍ୟରେ ଆସିଛୁ ବୋଲି କହିଛନ୍ତି ବେଲ୍ଜିୟମ୍ ଦଳର ପ୍ରଶିକ୍ଷକ ସାନେ ମ୍ୟାକ୍ଲଏଡ୍।
ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ମ୍ୟାଚ୍ : ଭୁବନେଶ୍ୱରରେ ପହଞ୍ଚିଲେ ବେଲ୍ଜିୟମ୍ ଖେଳାଳି
/sambad/media/post_attachments/wp-content/uploads/2020/02/Belgium.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)