ଭୁବନେଶ୍ୱର: ଏସ୍ଆର୍ ଚେସ୍ କେନ୍ଦ୍ର ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟ ୧୧ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାରେ କଟକର ପି ସାଇରୂପା ଏବଂ ମନୀଷ କୁମାର ଯଥାକ୍ରମେ ବାଳିକା ଓ ଓପନ୍ ବର୍ଗରେ ବିଜେତା ହୋଇଛନ୍ତି। ସାଇରୂପା ୭ ରାଉଣ୍ଡ୍ରୁ ୬.୫ ପଏଣ୍ଟ୍ ସହିତ ଅପରାଜିତ ରହିଥିଲେ। ଖୋର୍ଧାର ସୁହାନା ଜେନା ସମାନ ୬.୫ ପଏଣ୍ଟ୍ ପାଇ ଦ୍ୱିତୀୟରେ ରହିଥିଲେ। ମିରାକଲ୍ ପଣ୍ଡା (୬) ତୃତୀୟ ସ୍ଥାନ ଦଖଲ କରିଥିଲେ। ପଲକ ମହାପାତ୍ର ଓ ୟାଶିତା ରାଉତ ସମାନ ୫.୫ ପଏଣ୍ଟ୍ ପାଇ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ପଞ୍ଚମ ରାଉଣ୍ଡ୍ ସୁଦ୍ଧା ଶୀର୍ଷରେ ଥିବା ଶୃତି ସ୍ନେହୀଙ୍କ ସହିତ ପ୍ରକୃତି ରାଉତ, ଜୟଶ୍ରୀ ବାରିକ, ଦିବ୍ୟଶ୍ରୀତା ସ୍ୱାଇଁ, ଶ୍ରଦ୍ଧା ସୁମନ ଜେନା (ପ୍ରତ୍ୟେକ ୫ ପଏଣ୍ଟ୍) ପାଇ ଷଷ୍ଠରୁ ଦଶମ ସ୍ଥାନରେ ରହିଥିଲେ। ଓପନ୍ ବର୍ଗରେ ମନୀଷ କୁମାର (୨୦୦୬) ୭ ରାଉଣ୍ଡ୍ରୁ ସମ୍ପୂର୍ଣ୍ଣ ୭ ପଏଣ୍ଟ୍ ପାଇ ପ୍ରଥମ ସ୍ଥାନ ଦଖଲ କରିଥିଲେ। ହର୍ଷିତ ରଂଜନ ସାହୁ ଓ କୌସ୍ତୁଭ ଦାଶ ସମାନ ୬ ପଏଣ୍ଟ୍ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଶାଶ୍ୱତ ମଲ୍ଲିକ, ଅନୁବ୍ରତ ପ୍ରିୟଦର୍ଶନ ସାହୁ, ଶ୍ରେୟସ ଶୁଭମ୍ ପଟ୍ଟନାୟକ, ଆର୍ୟନ ମହାପାତ୍ର, ସୋୟମ ଲକ୍ଷ୍ମୀଦତ୍ତ ଡି ସାବତ, ତନ୍ମୟ ତ୍ରିପାଠୀ, ପ୍ରିୟାଂଶ ଦାସ (ପ୍ରତ୍ୟେକ ୫.୫ ପଏଣ୍ଟ୍) ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।
ବିଭିନ୍ନ ବୟସ ବର୍ଗରେ ଶିୟମ ସତ୍ୟାଂଶ-ସ୍ୱସ୍ତିକ ଶୁଭମ ପଟ୍ଟନାୟକ, ଆୟୂଷମାନ ମହାନ୍ତି-ତନ୍ମୟା ତଲିନ ବେହେରା, ମହାବୀର ପାତ୍ର-ପ୍ରତ୍ୟୁଷ ନାୟକ, ଆର୍ୟନ ମହାପାତ୍ର-ପ୍ରିୟାଂଶ ଦାସ, ସ୍ଥିତପ୍ରଜ୍ଞ ସାହୁ-ଶୁଭମ ପରିଡ଼ା, କୌସ୍ତଭ ଦାଶ-ଅନୁବ୍ରତ ପ୍ରିୟଦର୍ଶନ ସାହୁ ପ୍ରଥମ ଦୁଇ ସ୍ଥାନରେ ରହି ପୁରସ୍କାର ପାଇଥିଲେ। ରିସ୍ତାନ୍ତ ପାଣିଗ୍ରାହୀ ୫ ବର୍ଷର କମ୍ ବର୍ଗରେ ବିଜେତା ହୋଇଥିଲେ।
ଏସ୍ଆର୍ ଚେସ୍ କେନ୍ଦ୍ରର ମୁଖ୍ୟ ପରାମର୍ଶଦାତା ଅସିତ ମୁଖାର୍ଜୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଉତ୍କଳ କରାଟେ ସ୍କୁଲ୍ର ପ୍ରତିଷ୍ଠାତା ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, ରେଭେନସା ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବିଭାଗ ଓଏସ୍ଡି ଡକ୍ଟର ପଦନ କୁମାର ଜେନା, ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ, ଏସ୍ଆର୍ ଚେସ କେନ୍ଦ୍ରର ସଭାପତି ଶୁଭାଶିଷ ପଟ୍ଟନାୟକ ଏବଂ ନିର୍ଦେଶକ ଚେସ୍ଗୁରୁ ସତ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟର ନୂଆ ଆଇଏମ୍ ସିଦ୍ଧାନ୍ତ ମହାପାତ୍ର, ଶାରୀରିକ ଶିକ୍ଷା ଅଧିକାରୀ ଅମ୍ବିକା ପ୍ରସାଦ ରାୟ, ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସଂଜୀବ ବିଶ୍ୱାଳ, ବରିଷ୍ଠ ଚେସ୍ ପ୍ରଶିକ୍ଷକ ରବୀନ୍ଦ୍ର ଓଝାଙ୍କୁ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଧିତ କରାଯାଇଥିଲା।
ରାଜ୍ୟ ୧୧ ବର୍ଷରୁ କମ ଚେସ୍:ସାଇରୂପା ଓ ମନୀଷ ବିଜେତା
/sambad/media/post_attachments/wp-content/uploads/2017/10/sairupa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)