କଟକ: ଆସନ୍ତା ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରେ ୧୫ ବର୍ଷରୁ କମ୍‌ ରାଜ୍ୟ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଭୟ ଓପନ୍‌ ଓ ବାଳିକା ବର୍ଗରେ ହେବାକୁ ଥିବା ପ୍ରତିଯୋଗିତାରେ ଉଭୟ ବର୍ଗର ଶ୍ରେଷ୍ଠ ୧୦ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏହାବ୍ୟତୀତ ୬ରୁ ୧୧ଏବଂ ୧୩ ବର୍ଷରୁ କମ୍‌ ବୟସ ବର୍ଗରେ ମଧ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମୋଟ ୭ ରାଉଣ୍ଡ ବିଶିଷ୍ଟ ମ୍ୟାଚଗୁଡ଼ିକ ଖେଳାଯିବ। ଅନେକ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ସହ ୨୦୦ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କଟକ ଜିଲ୍ଲା ଚେସ୍‌ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ବିବରଣୀ ପାଇଁ ଜିଲ୍ଲା ଚେସ୍‌ ସଂଘର ଯୁଗ୍ମ ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ (୭୦୦୮୯ ୭୩୯୫୦), ତାପସ ମହାନ୍ତି (୯୪୩୭୭ ୫୩୫୫୫) ଓ ସୂର୍ଯ୍ୟକାନ୍ତ ବିଶୋଇ (୯୫୮୩୦ ୮୬୬୨୭) ନମ୍ବରରେ ଯୋଗାଯୋଗ କରିବାକୁ ସଂମ୍ପାଦକ ରଂଜନ ମହାନ୍ତି ଅନୁରୋଧ କରିଛନ୍ତି। ଏହି ପ୍ରତିଯୋଗିତାରୁ ଓପନ୍‌ ଓ ବାଳିକା ବର୍ଗରୁ ୪ ଜଣ ଲେଖାଏଁ ଶ୍ରେଷ୍ଠ ଖେଳାଳି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ। ଜାତୀୟ ପ୍ରତିଯୋଗିତା କୋଲ୍‌କାତାରେ ଜୁଲାଇ ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।