ଭୁବନେଶ୍ବର: ଗୋଆର ମାର୍ଗାଓଠାରେ ଚାଲିଥିବା ୧୯ ବର୍ଷରୁ କମ୍ ମହିଳା ଦିନିକିଆ ଲିଗ୍ରେ ଓଡ଼ିଶା ଗ୍ରୁପ୍ ବିଜେତା ହୋଇଛି। ଗ୍ରୁପ୍-ସି’ରେ ସାମଲ ଥିବା ଓଡ଼ିଶା ଲିଗ୍ ପର୍ଯ୍ୟାୟରେ ୭ ମ୍ୟାଚ୍ରୁ ୭ ବିଜୟ ସହ ସର୍ବାଧିକ ୨୮ ପଏଣ୍ଟ୍ ପାଇ ଶୀର୍ଷରେ ରହିଛି। ଗୁଜରାଟ, ତାମିଲନାଡୁ, ସୌରାଷ୍ଟ୍ର, ବିଦର୍ଭ, ତ୍ରିପୁରା ଓ ଜମ୍ମୁ କଶ୍ମୀରକୁ ହରାଇ ସାରିଥିବା ଓଡ଼ିଶା ମଙ୍ଗଳବାର ଅନ୍ତିମ ଲିଗ୍ ମ୍ୟାଚ୍ରେ ଆୟୋଜକ ଗୋଆକୁ ୭ ରନ୍ରେ ପରାସ୍ତ କରିଛି।
ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପୁନମ୍ ନାୟକ (୩୧), ସ୍ବିଟ୍ ବେଉରା (୨୫), ତରାନ୍ନା ପ୍ରଧାନ (୧୬) ଓ କାଜଲ ଜେନା (୧୩)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ ସତ୍ତ୍ବେ ୪୪.୪ ଓଭରରେ ୧୧୪ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗୋଆ ପକ୍ଷରୁ ସଫଳ ବୋଲର ଭାବେ ତେଜସ୍ବୀନି ଦୁରାଗାଦ୍ ୨୦ ରନ୍ରେ ୪, ଗାୱଡେ ଦିକ୍ଷା ୧୯ ରନ୍ରେ ୨ ଓ ଅଭିସା ଗୁରୁଦାସ୍ ୧୬ ରନ୍ରେ ୨ ୱିକେଟ୍ ଦଖଲ କରିଥିଲେ। ହେଲେ ଓଡ଼ିଶା ବୋଲରମାନେ ମଧ୍ୟ ଅନୁରୂପ ଭାବେ ଗୋଆର ବିପର୍ଯ୍ୟୟ ଘଟାଇଥିଲେ। ପୂନମ୍ ନାୟକ ୨୦ ରନ୍ରେ ୩, କଳ୍ପନା ନାୟକ ୧୧ ରନ୍ରେ ୨, ତରାନ୍ନା ପ୍ରଧାନ ୧୧ ରନ୍ରେ ୧, ସୋନାଲି ହେମ୍ବ୍ରମ୍ ୧୬ ରନ୍ରେ ୧ ଓ ରାଣୀ କୁମାରୀ ପ୍ରସାଦ ୧୪ ରନ୍ରେ ୧ ୱିକେଟ୍ ନେଇ ଗୋଆ ପାଳିକୁ ୧୦୭ ରନ୍ରେ ସଫା କରିଦେଇଥିଲେ। ତେଜସ୍ବିନୀ ଦୁରାଗଦ୍ (୩୨), ଅମୋଙ୍କର ଦିକ୍ଷା (୨୬), ପୂର୍ବଜା ଭର୍ଲେଙ୍କର (୧୮) ଓ ତନୟା ନାଏକ (୧୨)ଙ୍କ ଲଢ଼େଇ ସତ୍ତ୍ବେ ଗୋଆ ୪୧.୩ ଓଭରରେ ସମସ୍ତ ୱିକେଟ୍ ହରାଇଥିଲା।
ଓଡ଼ିଶା ଗ୍ରୁପ୍ ବିଜେତା
୧୯ ବର୍ଷରୁ କମ୍ ମହିଳା ଦିନିକିଆ ଲିଗ୍
/sambad/media/post_attachments/wp-content/uploads/2019/02/5-odisha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)