ଭୁବନେଶ୍ୱର: ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଓ ଖରାପ ପାଗ ଯୋଗୁଁ କଟକରେ ଆୟୋଜିତ ୧୯ ବର୍ଷରୁ କମ୍ ଅନ୍ତଃ ଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାକୁ ସ୍ଥଗିତ ରଖଯାଇଛି। ସେମବାର ଓ ମଙ୍ଗଳବାର ସୂଚୀରେ ୧୨ ମ୍ୟାଚ୍ ଖେଳାଯିବାକୁ ଥିଲା। ହେଲେ ଗୋଟିଏ ବି ମ୍ୟାଚ୍ ସମ୍ଭବ ନହେବାରୁ ପରବର୍ତୀ ଘୋଷଣା ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ରହିଲା ବୋଲି ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ କୁହାଯାଇଛି। ଅଂଶଗ୍ରହଣକାରୀ ସମସ୍ତ ଦଳକୁ ତୁରନ୍ତ ନିଜ ନିଜର ଜିଲ୍ଲା ସଂଘକୁ ଫେରିଯିବା ପାଇଁ ଓସିଏ ପକ୍ଷରୁ ସୂଚାଇ ଦିଆଯାଇଛି।