୧୯ ବର୍ଷରୁ କମ୍‌ ମହିଳା ଦିନିକିଆ ପାଇଁ ଓଡ଼ିଶା ଦଳ

କଟକ: ଆସନ୍ତା ୧୦ ତାରିଖରୁ ଗୋଆରେ ୧୯ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହେବ। ଏଥି ପାଇଁ ଇନ୍ଦ୍ରାଣୀ ଛତ୍ରିଆଙ୍କ ନେତୃତ୍ବରେ ୧୫ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଇତିଶ୍ରୀ ପଟ୍ଟନାୟକ ପ୍ରଶିକ୍ଷକ, ସୁଧା˚ଶୁବାଳା ସାହୁ ପ୍ରବନ୍ଧକ, ବିଦ୍ୟୁତପ୍ରଭା ଦାସ ଫିଜିଓ, ଟିକିଲତା ପ୍ରଧାନ ଟ୍ରେନର ଦାୟିତ୍ବରେ ରହିବେ। ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ସି’ରେ ବିଦର୍ଭ, ତାମିଲନାଡୁ, ସୌରାଷ୍ଟ୍ର, ଜମ୍ମୁ କଶ୍ମୀର, ଗୁଜୁରାଟ, ତ୍ରିପୁରା ଓ ଗୋଆ ସହିତ ସ୍ଥାନ ପାଇଛି। ୧୦ ତାରିଖରେ ବିଦର୍ଭ, ୧୨ରେ ତାମିଲନାଡୁ, ୧୪ରେ ସୌରାଷ୍ଟ୍ର, ୧୬ରେ ଜମ୍ମୁ କଶ୍ମୀର, ୨୦ରେ ଗୁଜୁରାଟ, ୨୨ରେ ତ୍ରିପୁରା, ୨୬ରେ ଗୋଆ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବ।
ଓଡ଼ିଶା ଦଳ: ଇନ୍ଦ୍ରାଣୀ ଛତ୍ରିଆ, କାଜଲ ଜେନା, ପୁନମ ନାୟକ, ଶୁଭ୍ରା ସ୍ବାଇଁ, ରଶ୍ମିତା ଚିହ୍ନାରା, ସୁଇଟ୍‌ ବେଉରା, ସୋନାଲି ହେମ୍ବ୍ରମ୍‌, ବିଏଲ୍‌ଏସ୍‌ ବୈଷ୍ଣୋବୀ, ତରନା ପ୍ରଧାନ, ତନ୍ମୟୀ ବେହେରା, କଳ୍ପନା ନାୟକ, ରାଣୀ ପ୍ରସାଦ, ସୁଚିତ୍ରା ରଏ, ରାଜେଶ୍ବରୀ ଜେନା, ଭବାନୀ ଧଡ଼ା।

ସମ୍ବନ୍ଧିତ ଖବର