୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଶିବିରରେ ୨୮୦ ଖେଳାଳି

କଟକ: ଓଡ଼ିଶା କ୍ରିକେଟ ସ˚ଘ ପକ୍ଷରୁ ଚଳିତ ବର୍ଷ ଅନ୍ତଃଜିଲ୍ଲା ପ୍ରତିଯୋଗିତାକୁ ବାତିଲ କରି ଦିଆଯାଇଥିବା ବେଳେ ମଙ୍ଗଳବାରଠୁ ୧୯ ବର୍ଷରୁ କମ୍‌ ଚୟନ ଶିବିର ଆରମ୍ଭ ହୋଇଛି। ଏହି ଶିବିରରେ ୨୮୦ ଜଣ ଖେଳାଳି ଯୋଗ ଦେଇଛନ୍ତି। ସମସ୍ତଙ୍କୁ ନେଇ ଏକାଧିକ ଗ୍ରୁପ୍‌ କରାଯାଇଛି। କଟକର ବୋସ, ସନ୍‌ସାଇନ୍‌, ବିଡ଼ାନାସୀ, ରେଭେନ୍ସା-୨ ଓ ନିମପୁର ପଡ଼ିଆରେ ଉକ୍ତ ଖେଳାଳିମାନଙ୍କୁ ନେଇ ଟ୍ରାଏଲ ମ୍ୟାଚ୍‌ କରାଯାଉଛି। ଏମାନଙ୍କ ମଧ୍ୟରୁ ଧିରେଧିରେ ଖେଳାଳି ଚୟନ କରାଯିବା ପରେ ଶେଷ ପର୍ଯ୍ୟୟରେ ରାଜ୍ୟ ଖେଳାଳିମାନେ ଏହି ଶିବିରରେ ଯୋଗଦେବେ। ଏମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ଦଳ ଚୟନ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର