୨୩ ବର୍ଷରୁ କମ୍‌ ମହିଳା ଦିନିକିଆ:କର୍ଣ୍ଣାଟକଠୁ ହାରିଲା ଓଡ଼ିଶା

କଟକ: ସୁରଟରେ ଚାଲିଥିବା ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌ରେ ଓଡ଼ିଶା ୩୩ ରନ୍‌ରେ କର୍ଣ୍ଣ‌ାଟକଠୁ ହାରି ଯାଇଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ କରିଥିବା କର୍ଣ୍ଣାଟକ ୪୦.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୧୧୪ ରନ୍‌ କରିଥିଲା। କର୍ଣ୍ଣାଟକ ପକ୍ଷରୁ ଏସ୍‌ ଶୁଭା ୫୧ ରନ୍‌ କରିଥିଲା ବେଳେ ଓଡ଼ିଶା ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ (୧୦-୨-୧୯-୪) ବୋଲିଂ ସଫଳତା ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବର୍ଷାରାଣୀ ସିଂହ ୩, ପୂର୍ଣ୍ଣିମା ରାୟ ୨ ଓ ଇନ୍ଦ୍ରାଣୀ ଛତ୍ରିୟା ୧ ‌ୱିକେଟ୍‌ ପାଇଥିଲା। ଜବାବରେ ଓଡ଼ିଶା ୩୪.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୮୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶାର ପୁନମ ନାୟକ ୧୮, ରୀମାଲକ୍ଷ୍ମୀ ଏକ୍କା ୧୪ ଓ ଅଧିନାୟିକା ସୁଶ୍ରୀ ଦିବ୍ୟଦର୍ଶିନୀ ୧୦ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଏସ୍‌ଆର୍‌ ପାଟିଲ ଓ ସି ପ୍ରତ୍ୟୁଷା ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ୩୦ ତାରିଖରେ ଉତ୍ତର ପ୍ରଦେଶକୁ ଭେଟିବ।

ସମ୍ବନ୍ଧିତ ଖବର