୨୩ ବର୍ଷରୁ କମ୍‌ ମହିଳା ଦିନିକିଆ ଲିଗ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ ଏଲିଟ୍‌ ଗ୍ରୁପ୍‌-ଏ ଓ ବି’ ଲିଗ୍‌ର ପ୍ରଥମ ୩ ମ୍ୟାଚ୍‌ ଲାଗି ମଙ୍ଗଳବାର ଓଡ଼ିଶା ଦଳ ଘୋଷିତ ହୋଇଛି। ମାର୍ଚ ୧୭ରୁ ଏପ୍ରିଲ୍‌ ୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ସୁରାଟରେ ଅନୁଷ୍ଠିତ ହେବ। ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ନେତୃତ୍ବରେ ଘୋଷିତ ଦଳ ପ୍ରଥମ ୩ ମ୍ୟାଚ୍‌ ଗୁଜରାଟ (ମାର୍ଚ ୧୭), କେରଳ (ମାର୍ଚ ୧୮) ଓ ରେଳବାଇ (ମାର୍ଚ ୨୧) ବିପକ୍ଷରେ ଖେଳିବ। ଓଡ଼ିଶା ପରବର୍ତୀ ମ୍ୟାଚ୍‌ ଯଥାକ୍ରମେ ମାର୍ଚ ୨୪ରେ ତାମିଲନାଡ଼ୁ, ୨୬ରେ କର୍ଣ୍ଣାଟକ, ୩୦ରେ ଉତ୍ତର ପ୍ରଦେଶ, ୩ ଏପ୍ରିଲ୍‌ରେ ପଞ୍ଜାବ ଏବଂ ୫ରେ ବେଙ୍ଗଲ ବିପକ୍ଷରେ ଖେଳିବ।
ଦଳ: ସୁଶ୍ରୀ ଦିବ୍ୟଦର୍ଶିନୀ (ଅଧିନାୟିକା), କାଜଲ ଜେନା, ଅଞ୍ଜଳି ସିଂହ, ରାଣୀ ଟୁଡ଼ୁ, ପୂନମ ନାୟକ, ସୁନୀତା ମୁର୍ମୁ, କୁନି ବାଦରା, ରାଜଶ୍ରୀ ସ୍ବାଇଁ, ରିମାଲକ୍ଷ୍ମୀ ଏକ୍କା, ଇନ୍ଦ୍ରାଣୀ ଛତ୍ରିଆ, ଲୋଇଶା ଦାଶ, ବର୍ଷାରାଣୀ ସିଂହ, ରଶ୍ମିତା ଚିନାରା, ପୂର୍ଣ୍ଣିମା ରାୟ, ମୋନାଲିସା ରାଉତ। ଇନ୍ଦ୍ରାଣୀ ନନ୍ଦିନୀ ନାଥ (ପ୍ରବନ୍ଧକ), ଇତିଶ୍ରୀ ପଟ୍ଟନାୟକ (ପ୍ରଶିକ୍ଷିକା), ଅପର୍ଣ୍ଣା ମିଶ୍ର (ଫିଜିଓ) ଓ ‌ସ୍ବେତା ସାମନ୍ତରାୟ (ଟ୍ରେନର)।

ସମ୍ବନ୍ଧିତ ଖବର