ଭୁବନେଶ୍ୱର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ରେ ଅନୁଷ୍ଠିତ ବେଲ୍ଟ ପରୀକ୍ଷାରେ ୨୭୦ କରାଟେକା ଉତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ବ୍ଲାକ୍ ବେଲ୍ଟ ହାସଲ କରିଛନ୍ତି। ସୁକୋକାଇ ୟୁନିୟନ୍ ଭାରତ ମୁଖ୍ୟ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖାରବେଳ ମଲ୍ଲିକ, ଗୌରୀ ମହାନ୍ତି, ଜୟଦେବ ପଟ୍ଟନାୟକ, ସନ୍ଦୀପ ମହାନ୍ତି, କୃଷ୍ଣଚନ୍ଦ୍ର ମହାରଣା, କ୍ରିଷ୍ଣା ଶିକାରୀ, ଅନୁପମା ସ୍ୱାଇଁ ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ। କୃତୀ କରାଟେକାଙ୍କୁ ବ୍ରାଜିଲିଆନ୍ ଗ୍ରେସି ଜୁଜଟ୍ସୁ ବ୍ଲାକ୍ ବେଲ୍ଟ ସେନ୍ସେଇ ଡାନିଏଲ୍ ପ୍ରମାଣପତ୍ର ପ୍ରଦାନ କରିବା ସାଙ୍ଗକୁ ଗ୍ରେସି ଜୁଜଟ୍ସୁ କୌଶଳ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଆସନ୍ତା ମାର୍ଚ ୨୯ ତାରିଖରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ କଟକର ଇନ୍ଡୋର ଷ୍ଟାଡିୟମ୍ରେ ନବମ ସର୍ବଭାରତୀୟ ଓପନ୍ କରାଟେ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ଘୋଷଣା କରାଯାଇଥିଲା।
ଉତ୍କଳ କରାଟେ ସ୍କୁଲ୍ରେ ବେଲ୍ଟ ପରୀକ୍ଷା: ୨୭୦ ଉତୀର୍ଣ୍ଣ
/sambad/media/post_attachments/wp-content/uploads/2018/01/3-Karate-belt-test-at-Utkal-Karate-school-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)