ପରିସଂଖ୍ୟାନରେ ବେଲଜିୟମ ପଲ୍ଲା ଭାରି

ଫ୍ରାନ୍ସ ଫୁଟବଲ୍‌ ଦଳ ବେଲଜିୟମ ବିପକ୍ଷରେ ଯେତେ ମ୍ୟାଚ୍‌ ଖେଳିଛି ଅନ୍ୟ କୌଣସି ଦଳ ବିପକ୍ଷରେ ସେତେ ମ୍ୟାଚ୍‌ ଖେଳି ନାହିଁ। ଏହି ଦୁଇ ଦଳ ପରସ୍ପର ବିପକ୍ଷରେ ୭୩ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେଥିମଧ୍ୟରୁ ବେଲଜିୟମ ୩୦ ଏବଂ ଫ୍ରାନ୍ସ ୨୪ ମ୍ୟାଚ୍‌ରେ ବିଜୟୀ ହୋଇଛି। ୧୯ ମ୍ୟାଚ୍‌ ଅମୀମାଂସିତ ରହିଛି। ହେଲେ ବିଶ୍ୱକପରେ ବେଲଜିୟମ ଫ୍ରାନ୍ସକୁ କେବେବି ହରାଇ ନାହିଁ। ବିଶ୍ୱକପରେ ଫ୍ରାନ୍ସକୁ ଏହି ଦଳ ଦୁଇ ଥର ଭେଟିଥିଲା ବେଳେ ଦୁଇଟି ଯାକ ଥର ପରାଜିତ ହୋଇଛି। ଶେଷ ଥର ପାଇଁ ୧୯୮୬ ମେକ୍ସିକୋ ବିଶ୍ୱକପରେ ଏହି ଦୁଇ ଦଳ ମୁହାଁ ମୁହିଁ ହୋଇଥିଲେ। ଫ୍ରାନ୍ସ ସେହି ମ୍ୟାଚକୁ ଜିତି ନେଇଥିଲା। ସେବେଠାରୁ ଉଭୟ ୮ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଛନ୍ତି। ହେଲେ ବିଶ୍ୱକପରେ କେବେବି ସାମ୍ନା ସାମ୍ନି ହୋଇ ନାହାନ୍ତି। ମଙ୍ଗଳବାର ଫ୍ରାନ୍ସକୁ ହରାଇ ପାରିଲେ ବେଲଜିୟମ ପ୍ରଥମ ଥର ପାଇଁ କୌଣସି ବିଶ୍ୱକପର ଫାଇନାଲରେ ପ୍ରବେଶ କରିବ। ଫ୍ରାନ୍ସ ଷଷ୍ଠ ଥର ପାଇଁ ସେମିଫାଇନାଲ୍‌ ଖେଳିବ। ବେଲଜିୟମ ଦ୍ୱିତୀୟ ଥର ଲାଗି ବିଶ୍ୱକପର ସେମିଫାଇନାଲରେ ଅବତୀର୍ଣ୍ଣ ହେବ।
ସମ୍ଭାବ୍ୟ ଫ୍ରାନ୍ସ : ହୁଗୋ ଲୋରିସ୍‌, ଲୁକାସ୍‌ ହର୍ନାଣ୍ଡେସ୍‌, ସାମୁଏଲ ଉମତିତି, ରାଫେଲ ଭରାନେ, ବେଞ୍ଜାମିନ ପଭାର୍ଡ, ଏନଗୋଲୋ କାଣ୍ଟେ, ପଲ୍‌ ପଗବା, ବ୍ଲାଇସେ ମାତୁଇଦି, ଆଣ୍ଟୋନି ଗ୍ରିଜମ୍ୟାନ୍‌, କିଲିଆନ୍‌ ଏମବାପେ, ଅଲିଭର ଜିରୋଡ।
ସମ୍ଭାବ୍ୟ ବେଲଜିୟମ : ଥିବାଉତ କୋର୍ଟୋଇସ୍‌, ଜାନ୍‌ ଭରଟଙ୍ଗହେନ୍‌, ଭିନସେଣ୍ଟ କମ୍ପାନି, ଥୋମାସ ଭର୍ମାଲେନ୍‌, ଟବି ଆଲଡରଓ୍ଵିରାଲ୍ଡ, ୟାନିକ କାରାସ୍କୋ, ଅକ୍ସେଲ ଓ୍ଵିଟସେଲ୍‌, କେଭିନ ଡି ବ୍ରୁନେ, ନାସେର ଚାଡିଲ, ଇଡେନ୍‌ ହାଜାର୍ଡ, ରୋମେଲୁ ଲୋକାକୁ।

ସମ୍ବନ୍ଧିତ ଖବର