ଲଣ୍ଡନ : ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ପିତା ଗେଡ୍ ଷ୍ଟୋକ୍ସ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ମସ୍ତିଷ୍କ କର୍କଟ ସହ ସେ ଲଢ଼େଇ କରୁଥିବା ଜଣାପଡ଼ିଛି। ଗତ ଜାନୁଆରିରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରେ ପୁଅର ଖେଳ ଦେଖିବା ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ ଗେଡ୍। ଆଉ ସେଠାରୁ ଫେରିବା ପରେ ସେ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ନ୍ୟୁଜିଲାଣ୍ଡ ଜନ୍ମିତ ବେନ୍ ଷ୍ଟୋକ୍ସଙ୍କ ପିତା ଗେଡ୍ ନ୍ୟୁଜିଲାଣ୍ଡ୍ର ଜଣେ ପୂର୍ବତନ ରଗ୍ବି ଲିଗ୍ ଖେଳାଳି। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଇଂଲଣ୍ଡର ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ସେ ଜୋହାନ୍ସବର୍ଗର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରୁ ନ୍ୟୁଜିଲାଣ୍ଡ୍ ଫେରିବା ପରେ ହିଁ କର୍କଟ ରୋଗ ସଂପର୍କରେ ଜାଣିବାକୁ ପାଇଥିଲେ। ତେବେ ଦକ୍ଷିଣ ଆଫ୍ରିକା ଯାତ୍ରା ସଂପର୍କରେ ଡାକ୍ତରମାନେ ଆକଳନ କରିବା ସାଙ୍ଗକୁ ସେବେଠାରୁ ମୋ' ମସ୍ତିଷ୍କରେ ୨ଟି ଟ୍ୟୁମର ଥିବା ଜାଣିଥିଲେ ବୋଲି କହିଛନ୍ତି ୬୪ ବର୍ଷ ବୟସ୍କ ଗେଡ୍। ଯାହାକୁ ସାଧାରଣତଃ ମସ୍ତିଷ୍କ କର୍କଟ କୁହାଯାଏ ବୋଲି ସେ କହିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ପାକିସ୍ତାନ ବିପକ୍ଷ ଶୃଙ୍ଖଳାର ଶେଷ ଦୁଇ ଟେଷ୍ଟ୍ ଖେଳିବାରୁ ବଞ୍ଚିତ ହୋଇଥିବା ବେନ୍ ଷ୍ଟୋକ୍ସ ପିତାଙ୍କ କର୍କଟ ଖବର ଶୁଣିବା ପରେ ନ୍ୟୁଜିଲାଣ୍ଡ୍ ଯାତ୍ରା କରିଛନ୍ତି। ଶୃଙ୍ଖଳାରୁ ଓହରିବା ନେଇ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ପିତାଙ୍କ ମସ୍କିଷ୍କ କର୍କଟ ଖବର ଶୁଣିବା ପରେ ପ୍ରାୟ ଗୋଟିଏ ସପ୍ତାହ ଧରି ମୁଁ ଆଦୌ ଶୋଇ ପାରିନଥିଲି ଏବଂ ମୋ ମନ ବାସ୍ତବରେ ଏଠାରେ ନଥିଲା ବୋଲି କହିଥିଲେ ୨୯ ବର୍ଷ ବୟସ୍କ ବେନ୍ ଷ୍ଟୋକ୍ସ। ତେଣୁ ମାନସିକ ଦୃଷ୍ଟିକୋଣରୁ ପିତାଙ୍କ ପାଖକୁ ନ୍ୟୁଜିଲାଣ୍ଡ ପଳାଇବା ହିଁ ସଠିକ୍ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି।
ମସ୍ତିଷ୍କ କର୍କଟ ସହ ଲଢ଼ୁଛନ୍ତି ବେନ୍ ଷ୍ଟୋକ୍ସଙ୍କ ପିତା
/sambad/media/post_attachments/wp-content/uploads/2020/08/ben-stokes-afp_806x605_51516806962.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)