ବେନ୍‌ ‌ଷ୍ଟୋକ୍ସ ୧୨ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେନି

ଚେନ୍ନାଇ : ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ୧୨ ସପ୍ତାହ ତଥା ୩ ମାସ ପାଇଁ ଖେଳିପାରିବେନି ବୋଲି ଇଂଲଣ୍ଡ ଆଣ୍ଡ୍‌ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ପକ୍ଷରୁ ଶୁକ୍ରବାର ‌କୁହାଯାଇଛି। ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଷ୍ଟୋକ୍ସ ପ୍ରଥମ ମ୍ୟାଚ୍‌ରେ କ୍ୟାଚ୍‌ ନେଲା ବେଳେ ତାଙ୍କ ଡାହାଣ ହାତ ବିଶି ଆଙ୍ଗୁଠିରେ ଆଘାତ ଲାଗିଥିଲା। ସ୍କାନ୍‌ ପରେ ତାଙ୍କ ଆଙ୍ଗୁଠି ଭାଙ୍ଗିଯାଇଥିବା ଜଣା ପଡ଼ିଥିଲା। ଫଳରେ ସେ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ‌ଶନିବାର ସ୍ବଦେଶ ଫେରିଯିବେ ଏବଂ ସେଠାରେ ସୋମବାର ତାଙ୍କର ଅସ୍ତ୍ରୋପଚାର ହେବ। ଆଗକୁ ଇଂଲଣ୍ଡର ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ପାକିସ୍ତାନ ଓ ଭାରତ ବିପକ୍ଷ ଶୃଙ୍ଖଳା ଖେଳିବାର ରହିଛି। ଫଳରେ ଷ୍ଟୋକ୍ସ ଏହି ଶୃଙ୍ଖଳା ମଧ୍ୟରୁ ପ୍ରଥମ ଦୁଇଟିରୁ ବାଦ୍‌ ପଡ଼ିବା ସମ୍ଭାବନା ଦେଖାଦେଇଛି।

ସମ୍ବନ୍ଧିତ ଖବର