ଭୁବନେଶ୍ବର : ସମେଇ ଗାଡ଼ିଆର ଜେଏମ ସ୍ପୋର୍ଟସ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ କଳିଙ୍ଗ ଜାତୀୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ବେଙ୍ଗଲ ଖେଳାଳିମାନଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ବିଶେଷ କରି ବାଳିକା ୮ ଓ ୧୦ ବର୍ଷରୁ କମ୍ ବିଭାଗର ଆଡ୍ଭାନ୍ସ ବର୍ଗରେ ବାଳିକାମାନେ ଦମଦାର ପ୍ରଦର୍ଶନ ଦେଖାଇଥିଲେ।
ଦ୍ୱିତୀୟ ଦିବସରେ ଅର୍ଗସ ନିଉଜ ମାନବ ସମ୍ବଳ ମୁଖ୍ୟ ରତିକାନ୍ତ ସାହୁ, ସୌଭାଗ୍ୟ ଏଣ୍ଟରପ୍ରାଇସ ଅଧ୍ୟକ୍ଷ ପ୍ରକାଶ ସାହୁ, ରିତୁ ପୂର୍ଣ୍ଣ ପ୍ରଡକ୍ସନ ମୁଖ୍ୟ ଅତୀଶ କୁମାର ରାଉତ ଓ ବରିଷ୍ଠ କ୍ରୀଡା ସାମ୍ବାଦିକ ତପନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କୃତି ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଏକାଡେମୀର ସମ୍ପାଦକ ଯଶବନ୍ତ ଦାସ, ସୁବ୍ରତ ମହାପାତ୍ର, ବିଗ୍ନେସା, ରବି ମହାପାତ୍ର ଓ ପ୍ରଶିକ୍ଷକ ମହାଦେବ ସହଯୋଗ କରିଥିଲେ।