କଟକ: ଡ୍ରିମ୍ସରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍ ମ୍ୟାଚ୍୍ ଅମୀମା˚ସିତ ରହିଛି। ଫଳରେ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ବେଙ୍ଗଲ ସେମିଫାଇନାଲ୍ରେ ପ୍ରବେଶ କରିବା ସହ ଓଡ଼ିଶାର ଅଭିଯାନ ଏହିଠାରେ ଶେଷ ହୋଇଛି। ପ୍ରଥମ ପାଳିରେ ଅଗ୍ରଣୀ ପାଇସାରିଥିବା ବେଙ୍ଗଲ, ଦ୍ବିତୀୟ ପାଳିରେ ମଧ୍ୟ ମଜବୁତ ସ୍ଥିତିରେ ରହିଥିଲା। ଚତୁର୍ଥ ଦିନ ଶେଷ ସୁଦ୍ଧା ଦଳ ୭ ଵିକେଟ୍ ବିନିମୟରେ ୩୬୧ ରନ୍ ସ˚ଗ୍ରହ କରିଥିଲାବେଳେ ଶେଷ ଦିନରେ ମାତ୍ର ୬ ଓଭର ବ୍ୟାଟି˚ କରିପାରିଥିଲା। ମୁକେଶ କୁମାର ୬ ରନ୍ କରି ଦେବବ୍ରତ ପ୍ରଧାନଙ୍କ ଦ୍ବାରା ଏଲ୍ବିଡବ୍ଲୁ ହୋଇଥିଲେ। ଏହାପରେ ଶାହାବାଜ ଅହମ୍ମଦ (୬୪) ଓ ନୀଳକଣ୍ଠ ଦାସ (୦)ଙ୍କୁ ଗୋଟିଏ ଓଭରରେ ସୂର୍ଯ୍ୟକାନ୍ତ ଆଉଟ କରିବାରୁ ଦଳ ୩୭୩ ରନ୍ରେ ସୀମିତ ରହିଥିଲା। ଫଳରେ ଓଡ଼ିଶା ସମ୍ମୁଖରେ ୪୫୬ ରନ୍ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଓଡ଼ିଶା ପାଳି ଆରମ୍ଭ କରିବାକୁ ଅନୁରାଗ ଷଡ଼ଙ୍ଗୀ (୨୪*) ଓ ଶାନ୍ତନୁ ମିଶ୍ର (୧୪*) ଆସିଥିଲାବେଳେ ୧୦ ଓଭର ବ୍ୟାଟି˚ କରି ବିନା କୌଣସି କ୍ଷତିରେ ୩୯ ରନ୍ ସ˚ଗ୍ରହ କରିଥିଲେ। ଖରାପ ଆଲୋକ ପାଇଁ ମ୍ୟାଚ୍କୁ ତିନିଥର ବନ୍ଦ ରଖିବାକୁ ପଡ଼ିଥିଲା। ଶେଷରେ ଅପରାହ୍ନ ପ୍ରାୟ ସାଢେ ୧ଟା ବେଳକୁ ମ୍ୟାଚ୍କୁ ଅମୀମାଂସିତ ଘୋଷଣା କରାଯାଇଥିଲା। ପ୍ରଥମ ପାଳିରେ ଶତକ ଅର୍ଜନ କରିଥିବା ଅନୁଷ୍ଟୁପ ମଜୁମଦାରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।
‘ଏ' ସ୍ତରର କ୍ରିକେଟ୍ ଖେଳିବାକୁ ହେବ: ରଶ୍ମି
ଋତୁ ଆରମ୍ଭରୁ ଏଲିଟ୍ ଗ୍ରୁପ୍ ସି' ଉପରକୁ ଯିବା ପାଇଁ ଆମେ ସ୍ବପ୍ନ ଦେଖିଥିଲୁ। ତେଣୁ ଲମ୍ବା ପ୍ରତିଯୋଗିତା ଥିବାରୁ ପ୍ରତ୍ୟେକ ମ୍ୟାଚ୍୍ ଉପରେ ଆମେ ଧ୍ୟାନ ଦେଇଥିଲୁ। ପ୍ରଥମ ତିନି ମ୍ୟାଚ୍୍ରୁ ଆମକୁ ବଡ଼ ସଫଳତା ମିଳିଥିଲା। ଏହାଦ୍ବାରା ଆମେ ଆଗକୁ କିଛି କରିସ୍ମା କରିପାରିବୁ ବୋଲି ଆତ୍ମବିଶ୍ବାସ ଆସିଥିଲା। ତଥାପି ଆଗକୁ ମ୍ୟାଚ୍୍ରେ ଖରାପ ହେବ ବୋଲି ଆମେ ଅନୁମାନ କରିଥିଲୁ। ଖରାପ ଯାଇଥିବା ମ୍ୟାଚ୍୍ରୁ ଆମେ ବହୁତ କିଛି ଶିଖବାକୁ ପାଇଲୁ। ତେବେ ଦଳଗତ ପ୍ରଦର୍ଶନ ଆଧାରରେ ଆମେ ଉଦ୍ୟମ କରି କ୍ବାର୍ଟରଫାଇନାଲ୍ ପର୍ଯ୍ୟନ୍ତ ଆସିପାରିଲୁ ବୋଲି ଓଡ଼ିଶା ପ୍ରଶିକ୍ଷକ ରଶ୍ମିର˚ଜନ ପରିଡ଼ା କହିଛନ୍ତି। ବେଙ୍ଗଲ ଭଳି କଷ୍ଟସାଧ୍ୟ ଦଳ ସହିତ ପରବର୍ତ୍ତୀ ଋତୁରେ ଖେଳିବାକୁ ମିଳିବ। ତାଙ୍କ ବିପକ୍ଷରେ ଶାରୀରିକ ଓ ମାନସିକ ଭାବେ ଦୃଢ଼ ହୋଇ ଖେଳିବାକୁ ହେବ। ଖେଳାଳିଙ୍କ ଦକ୍ଷତାରେ ବୃଦ୍ଧି ହୋଇଛି। ତେଣୁ ପରବର୍ତ୍ତୀ ସୁଯୋଗରେ ଭଲ ଖେଳିଲେ ଲେଭଲ ‘ଏ' ସ୍ତରର କ୍ରିକେଟ୍ରେ ଖେଳିବାକୁ ମଉକା ମିଳିପାରିବ। ପ୍ରୀତ୍ ସି˚ହ ଚୌହାନଙ୍କ ବିଷୟରେ ସେ କହିଛନ୍ତି ଯେ, ଦଳକୁ ଜଣେ ଭଲ ଦ୍ରୁତ ବୋଲର ମିଳିପାରିଛି। ଅନ୍ୟମାନଙ୍କ ବୋଲି˚ଠୁ ପ୍ରୀତ୍ସି˚ହଙ୍କ ବୋଲି˚ ଅଲଗା। ବ୍ୟାଟି˚ ପିଚ୍ରେ ବି ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବା ଭଳି ଦକ୍ଷତା ରଖୁଛନ୍ତି। କିନ୍ତୁ ଲଗାତର ମ୍ୟାଚ୍ ଖେଳି ଆସିଥିବାରୁ ଫିଟ୍ନେସ୍ ଉପରେ ତାଙ୍କୁ ଅଧିକ କାମ କରିବାକୁ ପଡ଼ିବ।ପ୍ରୀତ୍ ସିଂହ ଭବିଷ୍ୟତ: ଶୁଭ୍ରା˚ଶୁ
ରଣଜୀ ଋତୁ ଆମ ପାଇଁ ବହୁତ ଭଲ ରହିଲା। ତଥାପି ଆହୁରି କିଛି ଭଲ କରିବାକୁ ଚାହୁଁଥିଲୁ। କ୍ବାର୍ଟର ଫାଇନାଲ ମ୍ୟାଚ୍ ଆମ ହାତରେ ଥିଲା। ଦୁର୍ଭାଗ୍ୟବଶତଃ ବ୍ୟାଟି˚ରେ ଭଲ କରିପାରିନଥିଲୁ। କ୍ବାର୍ଟର ଫାଇନାଲ୍ରେ ରାଜେଶ ମହାନ୍ତିଙ୍କ ଅନୁପସ୍ଥିତିକୁ ଅନୁଭବ କରିଥିଲୁ। ତଥାପି ପ୍ରୀତ୍ ସି˚ହ ଚୌହାନ୍ ପଦାର୍ପଣ ମ୍ୟାଚ୍୍ରେ ବି ବହୁତ ଭଲ ବୋଲି˚ କରିଥିଲେ। ଓଡ଼ିଶାର ଭବିଷ୍ୟତ ବୋଲର ହେବା ପାଇଁ ସବୁ ଦକ୍ଷତା ରହିଛି। ତେବେ ସେ ଏହି ମ୍ୟାଚ୍ରୁ କେତେ ଶିଖିପାରୁଛନ୍ତି ଏବ˚ ବସନ୍ତ ମହାନ୍ତିଙ୍କଠୁ ବୋଲି˚ ପରାମର୍ଶ ନେଲେ ପ୍ରଦର୍ଶନ ଆହୁରି ଭଲ କରିପାରିବେ ବୋଲି ଓଡ଼ିଶା ଅଧିନାୟକ ଶୁଭ୍ରା˚ଶୁ ସେନାପତି କହିଛନ୍ତି। ତାଙ୍କ ମତରେ, ବରିଷ୍ଠ ଦଳର ଅଧିନାୟକ ହେବା ବହୁତ ବଡ଼ କଥା। ବସନ୍ତ, ବିପ୍ଳବ, ଗୋବିନ୍ଦଙ୍କ ପରି ସମସ୍ତ ବରିଷ୍ଠ ଖେଳାଳିମାନେ ମୋତେ ମ୍ୟାଚ୍ ସମୟରେ ବହୁତ ସହଯୋଗ ଦେଇଛନ୍ତି। ବିଶେଷକରି ପ୍ରଶିକ୍ଷକଙ୍କ ସହାୟତା ସବୁବେଳେ ରହୁଥିବାରୁ ମ୍ୟାଚ୍ବେଳେ ଚାପମୁକ୍ତ ରହୁଥିଲି। ଏହି ଋତୁ ମୋ ପାଇଁ ସେତେଟା ଭଲ ନଥିଲା। ଗତ ଋତୁରେ ସର୍ବାଧିକ ରନ୍ ସ˚ଗ୍ରହ କରିଥିଲାବେଳେ ଏଥର ବହୁତ ତଳେ ରହିଛି। ଏଥିପାଇଁ ମୁଁ ଆଦୌ ଖୁସି ନାହିଁ। ଆଗାମୀ ଋତୁରେ ପ୍ରଦର୍ଶନ ସୁଧାରିବାକୁ ଚେଷ୍ଟା କରିବି। ଆମ ଆଗରେ କୌଣସି ଦଳକୁ ନେଇ ବଡ଼, ସାନ ବିଚାର କରିବା ଅପେକ୍ଷା ସମସ୍ତଙ୍କ ବିପକ୍ଷରେ ସଠିକ୍ ରଣନୀତି ନେଇ ଖେଳିବାକୁ ଯିବୁ।