୧-୨ ଗୋଲ୍ରେ ହାରିଲା ଟିମ୍ ଗୋନାସିକା
ରାଉରକେଲା: ହକି ଇଣ୍ଡିଆ ଲିଗ୍ରେ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ବୁଧବାର ୨-୧ ଗୋଲ୍ରେ ଟିମ୍ ଗୋନସିକାକୁ ପରାସ୍ତକରି କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଅପରପକ୍ଷରେ ଟିମ୍ ଗୋନାସିକା ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି।
ନୂତନ ବର୍ଷର ପ୍ରଥମ ଦିନରେ ଆଜି ହକି ଇଣ୍ଡିଆ ଲିଗ୍ର ଷଷ୍ଠ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ଦୁଇ କ୍ବାର୍ଟରରେ ଘନ ଘନ ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲେ ସୁଦ୍ଧା ଗୋଲ୍ଶୂନ୍ୟ ରହିଥିଲା। ତେବେ ତୃତୀୟ କ୍ବାର୍ଟର୍ର ପ୍ରଥମ ମିନିଟ୍ରେ ବେଙ୍ଗଲ ଟାଇଗର୍ସ୍ର ଅଧିନାୟକ ରୂପୀନ୍ଦର ପାଲ ସିଂହ ଏକ ପେନାଳ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତକରି ଦଳକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ। ତେବେ ଏହା ବେଶି ସମୟ ତିଷ୍ଠି ପାରିନଥିଲା। ଗୋଟିଏ ମିନିଟ୍ର ବ୍ୟବଧାନପରେ ଗୋନାସିକାର ଅଧିନାୟକ ମନପ୍ରୀତ ସିଂହ ଏକ ଚମତ୍କାର ଫିଲ୍ଡ ଗୋଲ ଦେଇ ସ୍କୋର୍ ୧-୧ ଗୋଲ୍କୁ ଆଣିଥିେଲ।
/sambad/media/media_files/2025/01/01/8b81ff46-c9b4-4e83-9f39-abf613d49b9d.jpg)
ମ୍ୟାଚ୍ର ୪୮ତମ ମିନିଟ୍ରେ ବେଙ୍ଗଲ ଟାଇଗର୍ସକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା। ଏହାକୁ ହାତଛଡ଼ା ନକରି ଅଧିନାୟକ ରୂପୀନ୍ଦର ଆଉ ଏକ ଗୋଲ୍ଦେଇ ସ୍କୋର୍କୁ ୨-୧କୁ ନେଇଥିଲେ। ଏହାପରେ ଗୋନାସିକା ଖେଳାଳି ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ, ତେବେ ସଫଳ ନ ହେବାରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଆଜିର ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ ୭ଟି ଓ ଟିମ୍ ଗୋନାସିକା ୩ଟି ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/01/91ea8599-5202-4030-80b9-f8c274b80648.jpg)