ଚେନ୍ନାଇ: ଚଳିତ ଆଇଏସ୍ଏଲ୍ରେ ମଙ୍ଗଳବାର ବେଙ୍ଗାଲୁରୁ ଏଫ୍ସି ଦଳ ୩-୧ ଗୋଲ୍ରେ ଘରୋଇ ଚେନ୍ନାଇନ୍ ଏଫ୍ସିକୁ ପରାସ୍ତ କରି ପ୍ରଥମ ଚରଣ ମୁକାବିଲାର ପ୍ରତିଶୋଧ ନେଇଛି। ଏହି ବିଜୟ ସହିତ ୧୦ ଦଳୀୟ ପ୍ରତିଯୋଗିତାରେ ବେଙ୍ଗାଲୁରୁ ୩୦ ପଏଣ୍ଟ୍ ସହିତ ଶୀର୍ଷ ସ୍ଥାନକୁ ଅଧିକ ଦୃଢ଼ କରିଛି। ଚେନ୍ନାଇ ଚତୁର୍ଥ ପରାଜୟ ସହିତ ୨୩ ପଏଣ୍ଟ୍ ପାଇ ଦ୍ୱିତୀୟରେ ରହିଛି। ପ୍ରଥମାର୍ଧ ୧-୧ ଗୋଲରେ ଶେଷ ହାଇଥିବାବେଳେ ଦ୍ୱିତୀୟାର୍ଧରେ ବେଙ୍ଗାଲୁରୁ ଦୁଇଟି ଗୋଲ୍ ଦେଇ ନିଜ ପ୍ରାଧାନ୍ୟ ରଖିଥିଲା। ବେଙ୍ଗାଲୁରୁ ପାଇଁ ବୋଇତାଙ୍ଗ ହୋକିପ୍ (୨ ମିନିଟ୍), ମିକୁ (୬୪ ମିନିଟ୍) ଏବଂ ସୁନୀଲ ଛେତ୍ରୀ (୯୪ ମିନିଟ୍) ଗୋଲ୍ ଦେଇଥିଲେ। ଚେନ୍ନାଇ ପାଇଁ ଏକମାତ୍ର ଗୋଲ ଫ୍ରାନ୍ସିପ୍ ଫର୍ନାଣ୍ଡୋ (୩୩ ମିନିଟ୍) ଦେଇଥିଲେ।
ଚେନ୍ନାଇଠୁ ପ୍ରତିଶୋଧ ନେଲା ବେଙ୍ଗାଲୁରୁ
/sambad/media/post_attachments/wp-content/uploads/2018/02/bengaluru.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)