ମୁମ୍ବାଇ ସିଟିଠୁ ହାରିଲା ବେଙ୍ଗାଲୁରୁ ‌ଏଫ୍‌ସି

ମୁମ୍ବାଇ: ଚଳିତ ଆଇଏସ୍‌ଏଲ୍‌ ପଏଣ୍ଟ୍‌ ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ବେଙ୍ଗାଲୁରୁ ଏଫ୍‌ସି ଶୁକ୍ରବାର ପଞ୍ଚମ ସ୍ଥାନରେ ଥିବା ମୁମ୍ବାଇ ସିଟି ଏଫ୍‌ସିଠୁ ହାରି ଯାଇଛି। ମୁମ୍ବାଇ ଫୁଟ୍‌ବଲ୍‌ ଏରେନାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ୨-୦ ଗୋଲ୍‌ରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ପ୍ରଥମାର୍ଧର ୧୩ତମ ମିନିଟ୍‌ରେ ମୋଦୌ ସୌଗୌଙ୍କ ଗୋଲ୍‌ରେ ମୁମ୍ବାଇ ଆଗୁଆ ହୋଇଥିଲା। ଦ୍ବିତୀୟାର୍ଧରେ ଅମିନେ ଚେରମିଟି (୫୫ ମିନିଟ୍‌) ଗୋଲ୍‌ ଦେଇ ଘରୋଇ ଦଳକୁ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର