ମୁମ୍ବାଇ: ବେଙ୍ଗାଲୁରୁ ଏଫ୍ସି ଇଣ୍ଡିଆନ୍ ସୁପରଲିଗ୍ (ଆଇଏସ୍ଏଲ୍) ଫୁଟବଲ୍ ପ୍ରତିଯୋଗିତାର ନୂଆ ବିଜେତା ହୋଇଛି। ରବିବାର ରାତିର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଗୋଆ ଏଫ୍ସିକୁ ଅତିରିକ୍ତ ସମୟ (୧୧୭ ମିନିଟ୍) ଗୋଲ୍ ବଳରେ ୧-୦ରେ ହରାଇ ବେଙ୍ଗାଲୁରୁ ଏଫ୍ସି ଏହି ପ୍ରତିଯୋଗିତାର ପଞ୍ଚମ ସଂସ୍କରଣ ଜିତି ନେଇଛି। ନିର୍ଧାରିତ ସମୟରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ହେଲେ ଅତିରିକ୍ତ ସମୟରେ ରାହୁଲ ଭିକେଙ୍କ ଗୋଲ୍ ବଳରେ ବେଙ୍ଗାଲୁରୁ ବିଜୟ ମୁକୁଟ ପିନ୍ଧି ଥିଲା। ଅତିରିକ୍ତ ସମୟର ପ୍ରଥମାର୍ଧରେ ଅହମ୍ମଦ ଜହୋଉ ଦ୍ବିତୀୟ ହଳଦିଆ କାର୍ଡ ପାଇବା ପରେ ଗୋଆ ୧୦ ଜଣରେ ଖେଳିବାକୁ ବାଧ୍ୟ ହୋଇଥିଲା। ଯାହାର ପୂରା ଫାଇଦା ଉଠାଇଥିଲେ ରାହୁଲ। ଦିମାସ ଡେଲଗାଡ଼ୋଙ୍କ ଫ୍ଲାଗ୍-କିକ୍କୁ ହେଡରରେ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ସେ ହିଁ ବେଙ୍ଗାଲୁରୁକୁ ବିଜୟୀ କରାଇଥିଲେ। ବେଙ୍ଗାଲରୁ ଗତବର୍ଷ ନିଜ ପ୍ରଥମ ପଦାର୍ପଣରେ ଚେନ୍ନାଇନ୍ ଏଫସିଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଏଥର କିନ୍ତୁ ସେହି ଭୁଲକୁ ସୁଧାରି ନେଇଥିଲା।
ବେଙ୍ଗାଲୁରୁ ଏଫ୍ସି ଜିତିଲା ଆଇଏସ୍ଏଲ୍
/sambad/media/post_attachments/wp-content/uploads/2019/03/Untitled-13-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)